କୋହଲିଙ୍କ ପସନ୍ଦରେ ନିଯୁକ୍ତ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ ! ସିଏସି କହିଲା, ଅଧିନାକୟଙ୍କ ସହ ଆଲୋଚନା ପରେ ନିଷ୍ପତି

31

କନକ ବ୍ୟୁରୋ : କୋହଲିଙ୍କ ପସନ୍ଦରେ ନିଯୁକ୍ତ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ । ଟିମ୍ ଇଣ୍ଡିଆର ନୂଆ କୋଚ୍ ନିଯୁକ୍ତିକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଥିବା ବେଳେ ଏନେଇ ତରବରିଆ ନିଷ୍ପତି ହେବ ନାହିଁ ବୋଲି ସିଏସି କହିଛି । ନୂଆ କୋଚଙ୍କ ନାଁ ଘୋଷଣା ନେଇ କୌଣସି ତରବରିଆ ନିଷ୍ପତିର ଆବଶ୍ୟକତା ନଥିବା କହିଛନ୍ତି ସିଏସି ସଦସ୍ୟ ସୌରଭ ଗାଙ୍ଗୁଲି । ଏ ସଂପର୍କରେ ନିଷ୍ପତି ନେବା ପୂର୍ବରୁ ସିଏସି ଆଉ କିଛି ଦିନ ଅଟକିବାକୁ ଚାହୁଁଥିବା ଗାଙ୍ଗୁଲି କହିଛନ୍ତି ।

କୋଚଙ୍କ ନାଁ ଘୋଷଣା କରିବା ପୂର୍ବରୁ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଗତକାଲି କୋଚ୍ ପଦ ପାଇଁ ୫ଜଣ ଆଶାୟୀଙ୍କ ସାକ୍ଷାତକାର ନିଆଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ରବି ଶାସ୍ତ୍ରୀ, ବିରେନ୍ଦ୍ର ସେହୱାଗ, ଟମ୍ ମୁଡି, ରିଚାର୍ଡ ପାଇବ୍ସ ଓ ଲାଲଚନ୍ଦ ରାଜପୁତ । କୋଚ୍ ଚୟନ ପ୍ରକ୍ରିୟା ସଂପୂର୍ଣ ହୋଇଛି । କିନ୍ତୁ ଟିମ୍ ସହ ଆଲୋଚନା ପରେ ହିଁ ନାଁ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି ।