ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ : କୋହଲୀ ଓ ରାହୁଲଙ୍କୁ ବିଶ୍ରାମ; ସିରିଜ୍‌ ବିଜୟ ସତ୍ତ୍ୱେ ବୋଲିଂ ପରୀକ୍ଷାରେ ଟିମ୍ ଇଣ୍ଡିଆ

433

କନକ ବ୍ୟୁରୋ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ । ଆଗୁଆ ସିରିଜ୍ କବଜା କରିସାରିଥିବାରୁ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ମ୍ୟାଚ୍ ପାଇଁ ବିରାଟ କୋହଲୀ ଓ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଆଜିର ମ୍ୟାଚରେ ରିଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ କରିବାକୁ ହେବ । ଶ୍ରେୟସ୍ ଆୟର ତିନି ନମ୍ବର ସ୍ଥାନରେ ଖେଳିବେ ।

ସେହିପରି ଅଲରାଉଣ୍ଡର ଶାହବାଜ ଅହମ୍ମଦ ଆଜି ଡେବ୍ୟୁ କରିପାରନ୍ତି । ସିରିଜ୍ ବିଜୟୀ ହୋଇଥିଲେ ମଧ୍ୟ ବୋଲିଂ ପରୀକ୍ଷାରେ ରହିଛି ଭାରତ । କାରଣ ଡେଥ୍ ଓଭର ବୋଲିଂ ଦଳ ପାଇଁ ସମସ୍ୟା ହୋଇ ଛିଡ଼ା ହୋଇଛି । ଆଜିର ମ୍ୟାଚ୍ ପରେ ଗୁରୁବାର ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଅଷ୍ଟ୍ରେଲିଆ ଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଥିବାରୁ କ୍ରୀଡ଼ା ପ୍ରେମୀ ବଡ଼ ଆଶା ରଖିଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍‌, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ୍‌, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଅର୍ଶଦୀପ ସିଂହ, ହର୍ଷଲ୍ ପଟେଲ୍‌, ଦୀପକ ଚହର୍‌, ଉମେଶ ଯାଦବ, ଶ୍ରେୟସ ଆୟର୍‌, ସାହାବାଜ ଅହମ୍ମଦ ଓ ମହମ୍ମଦ ସିରାଜ ।

ଦକ୍ଷିଣ ଆଫ୍ରିକା ଦଳ : ତେମ୍ବା ବଭୂମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍‌, ବିୟନ୍‌ ଫର୍ଟୁନ୍‌, ରିଜା ହେଣ୍ଡ୍ରିକ୍ସ, ହେନରିକ୍‌ କ୍ଲାସେଁ, ମାର୍କୋ ଜାନସେନ୍‌, କେଶବ ମହାରାଜ, ଏଦୈନ ମର୍କରାମ, ଡେଭିଡ୍‌ ମିଲର୍‌, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଖିୟା, ୱେନ ପାର୍ଣ୍ଣେଲ୍‌, ଅନ୍ଦିଲ୍‌ ଫେଲୁକ୍ବାୟୋ, ଡ୍ବାଇନ୍‌ ପ୍ରିଟୋରିୟସ୍‌, କାଗିସୋ ରବାଦା, ରିଲି ରୋସେୟୁ, ତାବ୍ରାଇଜ୍ ସାମସୀ, ତ୍ରିଷ୍ଟନ୍‌ ଷ୍ଟବ୍ସ ।