ବିରାଟ-ଗମ୍ଭୀରଙ୍କ ବାକଯୁଦ୍ଧ : ବଢୁଛି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ତିକ୍ତତା; ୨୦୧୩ରେ ବି ହୋଇଥିଲେ ମୁହାଁମୁହିଁ

225

କନକ ବ୍ୟୁରୋ : କ୍ରିକେଟ ମୈଦାନରେ ଖେଳାଳୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା । କଥା କଟାକଟି ହୁଏ, ଯୁକ୍ତିତର୍କ ବି ହୁଏ । କିନ୍ତୁ ଯେତେବେଳେ ଏହା ସୀମା ଟପେ, ସେତେବେଳେ ଖେଳାଳୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ଠିକ୍ ଏମିତି ଝଲକ ଦେଖିବାକୁ ମିଳିଛି ଗତକାଲି ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ।

ବିରାଟ-ଗମ୍ଭୀରଙ୍କ ବାକଯୁଦ୍ଧ

– ବଢୁଛି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ତିକ୍ତତା
– ପଡ଼ିଆ ଭିତରେ ସୀମା ଲଂଘୁଛି ଖେଳାଳିଙ୍କ ବ୍ୟବହାର
– ସୋମବାର ହୋଇଥିଲା ବାଙ୍ଗାଲୋର ଏବଂ ଲକ୍ଷ୍ନୌ ଲଢେଇ
– ମ୍ୟାଚ୍ ମଝିରେ ପ୍ରତିପକ୍ଷ ଖେଳାଳିଙ୍କ ସହ ମୁହାଁମୁହିଁ ହୋଇଥିଲେ ବିରାଟ
– ମ୍ୟାଚ୍ ଶେଷରେ ବିରାଟ-ଗମ୍ଭୀରଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି
– ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା
– ଦୁଇ ଟିମର ଖେଳାଳୀ ଓ ଅମ୍ପାୟାର ବୁଝାସୁଝା କରିଥିଲେ

୨୦୧୩ରେ ବି ହୋଇଥିଲେ ମୁହାଁମୁହିଁ

– ଆକ୍ରମଣାତ୍ମକ ମନୋଭାବ ପାଇଁ ଜଣାଶୁଣା ବିରାଟ ଓ ଗମ୍ଭୀର
-୨୦୧୩ ଆଇପିଏଲରେ ଭୟଙ୍କର ତିକ୍ତତା ଦେଖିବାକୁ ମିଳିଥିଲା
– କୋଲକାତା ଟିମର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର
– ବାଙ୍ଗାଲୋରର ଅଧିନାୟକ ଥିଲେ ବିରାଟ କୋହଲି
– ଏକ ମ୍ୟାଚରେ ବିରାଟଙ୍କୁ ଆଉଟ୍ କରିଥିଲେ ବାଲାଜୀ
– ଏହାପରେ ପଡିଆ ଭିତରେ ମୁହାଁମୁହିଁ ହୋଇଥିଲେ ବିରାଟ-ଗମ୍ଭୀର
– ଯୁକ୍ତିତର୍କ ଏବଂ କଥା କଟାକଟି ହୋଇଥିଲା

ବିରାଟଙ୍କୁ ନିଜ ଆୱାର୍ଡ ଦେଇଥିଲେ ଗମ୍ଭୀର

– ବିବାଦ ଭିତରେ ଭାଇରାଲ ହେଉଛି ଏକ ପୁରୁଣା ଭିଡିଓ
-୨୦୦୯ ମସିହା ଭାରତ-ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍
– ଶତକୀୟ ଇନିଂସ ଖେଳିଥିଲେ ଉଭୟ ବିରାଟ ଓ ଗମ୍ଭୀର
– ଏହା ଥିଲା ବିରାଟ କୋହଲିଙ୍କ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ
– ଗୌତମ ଗମ୍ଭୀରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଥିଲା
– କିନ୍ତୁ ନିଜ ଆୱାର୍ଡକୁ ବିରାଟଙ୍କୁ ପ୍ରଦାନ କରିଥିଲେ ଗମ୍ଭୀର

ଇନଷ୍ଟାଗ୍ରାମରେ ବିରାଟଙ୍କ ପୋଷ୍ଟ

– ବିବାଦ ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ବିରାଟ
– ଆମେ ଯାହା ଶୁଣୁ, ଯାହା ଦେଖୁ, ତାହା ସତ ନୁହେଁ
– ଘଟଣା ପଛରେ ଆଉ କିଛି ଥାଇପାରେ
– ବିରାଟଙ୍କ ପୋଷ୍ଟଙ୍କୁ ନେଇ ବଢିଲା ଚର୍ଚ୍ଚା