ଭାଇରାଲ ହେଲା ଫଟୋ ! ୩ଘଂଟା ପର୍ଯ୍ୟନ୍ତ ହେବ ଶ୍ରୀଦେବୀଙ୍କ ମରଶରୀର ଦର୍ଶନ ।

33

ସଦମା, ହିମ୍ମତୱାଲା, ଲାଡଲା ଭଳି ନିଆରା ଫିଲ୍ମ ଜରିଆରେ ଲୋକମାନଙ୍କ ମନକୁ କିଣିଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କର ପାର୍ଥିବ ଶରୀର ଦୀର୍ଘ ତିନି ଦିନ ପରେ ଦୁବାଇରୁ ମୁମ୍ବାଇ ପହଂଚିଛି । ଶ୍ରୀଦେବୀଙ୍କ ପରିବାର ତରଫରୁ ଦିଆଯାଇଥିବା ବୟାନ ମୁତାବକ ଆଜି ସକାଳ ୯.୩୦ରୁ ୧୨.୩୦ପର୍ୟ୍ୟନ୍ତ ଶେଷ ଦର୍ଶନ ଲାଗି ସମୟ ନିର୍ଦ୍ଧାରିତ କରାଯାଇଛି । ଏହାପରେ ୩.୩୦ରୁ ୫.୩୦ପର୍ୟ୍ୟନ୍ତ ମଧ୍ୟରେ ବିଲେପାର୍ଲେର ପବନ ହଂସ ଶ୍ମଶାନ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଏହା ସହ ଏବେ ତାଙ୍କ ପାର୍ଥିବ ଶରୀରର ପ୍ରଥମ ଫଟୋ ଭାୟରାଲ ହେବାରେ ଲାଗିଛି । ଶ୍ରୀଦେବୀଙ୍କ ଏହି ଫଟୋ ଦେଖି ପ୍ରଶଂସକ ମାନେ ନିହାତି ରୂପେ କାନ୍ଦି ପକାଇବା ସ୍ୱାଭାବିକ କଥା । ପାର୍ଥିବ ଶରୀର ରାତିରେ ଘରେ ପହଂଚିବା କ୍ଷଣି ତାଙ୍କ ଘରକୁ ବଲିଉଡ ତାରକା ମାନଙ୍କ ଭିଡ ଲାଗି ରହିଥିଲା ।

ତାଙ୍କର ଶରୀରକୁ ଆଣିବା ଲାଗି ଅନିଲ କପୁର ମୁମ୍ବାଇ ଏୟାରପୋର୍ଟରେ ପହଂଚିଥିଲେ । ଏହାବ୍ୟତୀତ ତାଙ୍କ ସହ ଅନିଲ ଅମ୍ବାନୀ ଏବଂ ଅମର ସିଂ ମଧ୍ୟ ମହଜୁଦ ଥିଲେ । ବିମାନ ବନ୍ଦରରେ ସମସ୍ତ ବିଧି ସମ୍ପୂର୍ଣ୍ଣ କରି ପରିବାର ବର୍ଗଙ୍କୁ ତାଙ୍କ ଶରୀର ଦିଆଯାଇଥିଲା ।