ପିସି ମାଗିଲେ ସରକାରୀ ଅଧିକାରୀ: କହିଲେ, ୪୦ ହଜାର ଦିଅ ଟ୍ରାନ୍ସଫର ପେପର ନିଅ
ଶିକ୍ଷୟତ୍ରୀଙ୍କଠୁ ୨୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପୁରୀ ଡିିଇଓ ଅଫିସର କିରାଣୀ
କନକ ବ୍ୟୁରୋ: ପିସି ମାଗିଲେ ସରକାରୀ ଅଧିକାରୀ । ଭିଜିିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ ଅଫିସର ବରିଷ୍ଠ କିରାଣୀ । ଆଜି ଜଣେ ଶିକ୍ଷୟତ୍ରିଙ୍କଠାରୁ ଲାଂଚ ନେବା ବେଳେ ସଂପୃକ୍ତ କିରାଣୀଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ତାଙ୍କ ପାଖରୁ ୨୦ ହଜାର ଲାଂଚ ଟଙ୍କା ଜବତ କରାଯିବା ସହ ଭିଜିଲାନ୍ସ ଗିରଫ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିମାପଡା ରଟିଲୋ ଦହିଜଙ୍ଗ ହାଇସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ସେନାପତିଙ୍କଠାରୁ ରେଗୁଲାଇଜେସନ ଅର୍ଡର ପାଇଁ କିରାଣୀ ଚିତ୍ତରଞ୍ଜନ ଖୁଣ୍ଟିଆ ୪୦ ହଜାର ଟଙ୍କା ମାଗିଥିଲେ । ଏଥିରେ ସସ୍ମିତା ଅକ୍ଷମତା ପ୍ରକାଶ କରିଥିଲେ । ଏହା ପରେ ଚିତରଞ୍ଜନ ଟଙ୍କା ନଦେଲେ ଅର୍ଡରକୁ କ୍ୟାନସଲ କରାଯିବ ବୋଲି କହିଥିଲେ । ଏ ନେଇ ସସ୍ମିତା ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ପରେ ଯୋଜନାବଦ୍ଧ ଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସରେ ଲାଂଚ ନେବାବେଳେ ଭିଜିଲାନ୍ସ ପକ୍ଷରୁ କିରାଣୀଙ୍କୁ ଗିରଫ କରାଯାଇଛି । ଟଙ୍କାରେ ଲାଗିଥିବା କେମିକାଲ ଚିତରଂଜନଙ୍କ ହାତରୁ ପଜିଟିଭ ବାହାରିଥିବାବେଳେ ତାଙ୍କ ଅଫିସ ସହ ସର୍ବୋଦୟ ନଗର ବାସଭବନରେ ଚଢାଉ କରାଯାଇଛି । କଥାବାର୍ତାର ଅଡିଓ ଟେପ୍ କନକ ନ୍ୟୁଜ ହାତରେ ଲାଗିଛି ।