ଭିଜିଲାନ୍ସ ଜାଲରେ  ଉଚ୍ଚ ଶିକ୍ଷା ବିଭାଗ ଅଡିଟର ସୁଧୀର ଚନ୍ଦ୍ର ତ୍ରିପାଠୀ । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢାଉ 

ଭିଜିଲାନ୍ସ ଜାଲରେ ପୁଣି ପଡିଲେ ସରକାରୀ ବାବୁ

308
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ପଡିଲେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୂଳ ମାମଲାରେ ଉଚ୍ଚଶିକ୍ଷା ବିଭାଗ ଅଡିଟରଙ୍କ ଘରେ ରେଡ ହୋଇଥିବା ନେଇ ମିଳିଛି ସୂଚନା  ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଉଚ୍ଚ ଶିକ୍ଷା ବିଭାଗର ଅଡ଼ିଟର ସୁଧୀର ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଚଢାଉ କରିଛି । ଅଡ଼ିଟରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ସମେତ ପାଂଚଟି ସ୍ଥାନରେ ଭିଜିଲାନ୍ସର ଏକ ଟିମ ରେଡ଼ ଜାରି ରହିଛି । ଏକା ସମୟରେ ପାଂଚଟି ସ୍ଥାନରେ ଚଢାଉ ହୋଇଛି ।
ତେବେ ଏହି ଚଢାଉ ସମୟରେ ସୁନାଗହଣା ସହ ଟଙ୍କା ପଇସା ମିଳିଥିବା ଜଣାଯାଇଛି । ତେବେ ବାରମ୍ବାର ଏପରି ଭାବରେ ସରକାରୀ ଅଧିକାରୀଙ୍କ ଘରେ ରେଡ ହୋଇ ବହୁ ପରିମାଣର ସମ୍ପତ୍ତି ଜବତ ହେଉଛି । ତେବେ ଏତେ ଜବତ ହୋଇଥିବା ସମ୍ପତ୍ତିର ମୋଟ ପରିମାଣ କେତେ ଓ କେମିତି ଏତେ ସମ୍ପତ୍ତି ଅଧିକାରୀଙ୍କ ନିକଟକୁ ଆସିଲା ତାହା ନେଇ ବର୍ତମାନ ସମୟରେ କୌଣସି ସୂଚନା ମିଳିପାରିନାହିଁ । ଏହି ଘଟଣାରେ ଆଗକୁ ତଦନ୍ତ ଜାରି ରହିବ ବୋଲି ମଧ୍ୟ ଜଣାଯାଇଛି ।