ଜାନୁଆରୀ ୬ରେ ରିଲିଜ୍ ହେବ ବିଦ୍ୟା ବାଲନଙ୍କ ‘ବେଗମ ଜାନ୍’

35

ଆସନ୍ତା ଜାନୁଆରୀ ୬ତାରିଖରେ ରିଲିଜ୍ ହେବ ବିଦ୍ୟା ବାଲନଙ୍କ ଆଗମୀ ଫିଲ୍ମ ‘ବେଗମ ଜାନ୍’ । ଦେଶ ବିଭାଜନ ସମୟରେ ବେଶ୍ୟାଳୟରେ ବିସ୍ଥାପିତ ମହିଳାମାନଙ୍କୁ କିପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା ତାକୁ ନେଇ ନିର୍ମାଣ ହୋଇଛି ଏହି ମୁଭି । ଫିଲ୍ମରେ ବେଶ୍ୟାଳୟର ମୁଖ୍ୟ ବେଗମ ଜାନ୍ ଭୂମିକାରେ ବିଦ୍ୟା ବାଲନଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାଷ୍ଟ୍ରୀୟ ପୁରଷ୍କାର ବିଜେତା ଶ୍ରୀଜିତ ମୁଖାର୍ଜୀ ।

ତେବେ ମୁଭି ଜରିଆରେ ବଲିଉଡରେ ନିର୍ଦେଶକ ଭାବରେ ନିଜର କ୍ୟାରିୟର ଆରମ୍ଭ କରୁଛନ୍ତି ଶ୍ରୀଜିତ ମୁଖାର୍ଜୀ । ଏଥିରେ ବିଦ୍ୟାଙ୍କ ସହ ନଶିରୁଦ୍ଦିନ ଶାହ, ରଜତ କପୁର୍, ଗୌହର ଖାନ୍, ପଲ୍ଲବୀ ଶାରଦା, ଇଲା ଅରୁଣ, ଆଶିଷ ବିଦ୍ୟାର୍ଥୀ ଓ ଚଙ୍କି ପାଣ୍ଡେ ନଜର ଆସିବେ ।