କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଉଷା ପାଢୀ, ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ।

1,001

କନକ ବ୍ୟୁରୋ: ଆଇଏଏସସ୍ତରରେ ଅଦଳବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଉଷା ପାଢୀ । ୧୯୯୬ ବ୍ୟାଚର ଆଇଏଏସ ଅଧିକାରୀଙ୍କୁ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର ମିଳିଲା ଦାୟିତ୍ୱ ମିଳିଛି । ଏହା ସହ ସେ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ପାଇଛନ୍ତି ।

ସେହିଭଳି ୧୯୯୫ ବ୍ୟାଚ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଶିଳ୍ପ ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ଅତିରିକ୍ତ ଭାବେ ସେ ଇପିକଲର ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇବେ । ୧୯୯୫ ବ୍ୟାଚ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି ।