କନକ ବ୍ୟୁରୋ : ଆଉ ଦୌଡିବେନି ବିଶ୍ୱର ଦ୍ରୁତତମ ଧାବକ। ଟ୍ରାକକୁ ଅଲବିଦା କହିଛନ୍ତି ରେକର୍ଡମ୍ୟାନ ଉସେନ ବୋଲଟ। ତିନିଟି ଅଲିମ୍ପିକ୍ସରେ ତିନିଟି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଜାମାଇକାର ଏହି ସ୍ପ୍ରିଂଟ୍ ଷ୍ଟାର।
Kanak News is now on WhatsApp
Join and get latest news updates delivered to you via WhatsApp
୧୦୦ ମିଟର, ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ୯ଟି ଗୋଲଡ ମେଡାଲକୁ ନିଜ ନାଁରେ କରିଛନ୍ତି ବୋଲଟ । ହ୍ୟାଟ୍ରିକରେ ହ୍ୟାଟ୍ରିକ କରିବାରେ ଯେଉଁ ନିଆରା ରେକର୍ଡ ବୋଲଟ କରିଛନ୍ତି ତାହା ଭାଙ୍ଗିବା ଅଲିମ୍ପିକ୍ସ ଇତିହାସରେ ଏତେ ସହଜ ହେବନି ।
ରିଓ ଅଲିମ୍ପିକ୍ସ ପୂର୍ବରୁ ଟ୍ରାକରୁ ଅବସର ନେବାକୁ ବୋଲଟ ଘୋଷଣା କରି ସାରିଥିଲେ। ନିଜର ଶେଷ ଅଭିଭାଷଣରେ ବୋଲ୍ଟ କହିଛନ୍ତି ଅଲମ୍ପିକ୍ସକୁ ସେ ସବୁଦିନ ମନେପକାଇବେ । କାରଣ ଅଲମ୍ପିକ୍ସ ସବୁଠାରୁ ବଡ ମଂଚ।