ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାରେ ଆମେରିକା ଜାତୀୟ ଗୁଇନ୍ଦା ଏଜେନ୍ସି ମୁଖ୍ୟ । କହିଲେ ପରମାଣୁ ଅସ୍ତ୍ର ବ୍ୟବହାର ରୋକିବା ଦିଗରେ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

87

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସଂଶା କରିଛନ୍ତି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ମୁଖ୍ୟ ନିର୍ଦ୍ଦେଶକ ୱିଲ ବର୍ଣ୍ଣସ୍ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ପରମାଣୁ ଅସ୍ତ୍ର ବ୍ୟବହାର ରୋକିବା ପାଇଁ ମୋଦୀ କରିଥିବା ଉଦ୍ୟମକୁ ପ୍ରସଂଶା କରିବା ସହ ଏକ୍ଷେତ୍ରରେ ମୋଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା କହିଛନ୍ତି ୱିଲ ବର୍ନ୍ସ ।

ସେ ଆୁରି ମଧ୍ୟ କହିଛନ୍ତି ଯେ, ‘ମୋଦୀ ବାରମ୍ବାର ପରମାଣୁ ଯୁଦ୍ଧ ଏଡାଇବା ନେଇ ସତର୍କ କରିବାରୁ ଏହାର ପ୍ରଭାବ ଋଷ ଉପରେ ପଡିଛି । ଆଉ ସେଥିପାଇଁ ଋଷ ଏପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିନାହିଁ’ ବୋଲି ସିଆଇଏ ମୁଖ୍ୟ କହିଚନ୍ତି । ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ମୋଦୀଙ୍କ ହସ୍ତକ୍ଷେପ ସ୍ଥିତି ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ସେ ଅନୁଭବ କରିଛନ୍ତି ବୋଲି କହିଛନ୍ତି ।