ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ।

65

କନକ ବ୍ୟୁରୋ: ନୂଆଦିଲ୍ଲୀଠାରେ ଆୟୋଜିତ ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି ।

ଭବିଷ୍ୟତ ସ୍ଥାୟୀ ଉର୍ଜାରେ ଭାରତର ଯାତ୍ରା ଉପରେ ମତ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରି ହେବ ଏବଂ ଏହାଫଳରେ ସମାଜର ସବୁ ବର୍ଗର ସାମାଜିକ ଓ ଆର୍ôଥକ ବିକାଶ ହୋଇପାରିବ । ଭାରତର ଅର୍ଥନୀତିକୁ ଦୁଇ ଗୁଣା ଗତି ଦେବାରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ଉର୍ଜା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଇଥାନଲ ବ୍ଲେଣ୍ଡି, ସିବିଜି, ବାୟୋଡ଼ିଜେଲ, କୋଇଲାରୁ ସିନଗ୍ୟାସ ଏବଂ ଏଲଏନଜିକୁ ପରିବହନ ଇନ୍ଧନ ଭାବରେ ପ୍ରଚାରପ୍ରସାର କରାଯାଉଛି । ନୀତିଗତ ଦୃଷ୍ଟିରୁ ସ୍ପଷ୍ଟ ପୁଞ୍ଜିନିବେଶ ଯୋଜନା, ଭବିଷ୍ୟତକୁ ଲକ୍ଷ୍ୟର ସ୍ପଷ୍ଟ ତଥା କ୍ରିୟାନ୍ୱୟନ ଋଣନୀତିକୁ ସୁଦୃଢ଼ କରିବା ଦିଗରେ ଅନେକ ସମ୍ଭାବନା ସୃଷ୍ଟି ହେଉଛି ।