ପୁଣି ରକ୍ତମୁଖା ହେଲା ରୁଷ : ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ୍ ମାଡ଼; ୨ ମୃତ

99

କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି । ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି । ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି । ନାଟୋ ସହଯୋଗୀ ରାଷ୍ଟ୍ର ପୋଲାଣ୍ଡର ତୀବ୍ର ଅସନ୍ତୋଷ । ରୁଷ ରାଷ୍ଟ୍ରଦୂତଙ୍କୁ ପୋଲାଣ୍ଡ ରିପୋର୍ଟ ମାଗିଛି ।

ସେପଟେ, ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁ ପୋଲାଣ୍ଡରେ ମାଡ ଘଟଣା । ଆମେରିକା ରାଷ୍ଟ୍ରପତି ବାଇଡେନ୍ ଜରୁରୀ ବୈଠକ ଡକାଇଛନ୍ତି । ଜି-୭ ଓ ନାଟୋ ନେତାଙ୍କ ସହ ଜରୁରୀ ବୈଠକ କରିବେ ଜୋ ବାଇଡେନ୍ । ତେବେ ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁବା ନେଇ ରୁଷର ଖଣ୍ଡନ । ୟୁକ୍ରେନ୍ ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ହୋଇନଥିବା ରୁଷ କହିଛି । ପୋଲାଣ୍ଡରେ ମିସାଇଲ୍ ମାଡ ସହ ରୁଷର କୌଣସି ସମ୍ପର୍କ ନାହିଁ ।