ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆଜିବି ପୂର୍ବଭଳି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

58

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ୱେ ଆଜି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଓକିଲଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ସୋମବାର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ଏବେ ଏହାକୁ ସମ୍ବଲପୁର ଆଇନଜୀବୀ ସଂଘ ଚ୍ୟାଲେଞ୍ଜ ଆକାରରେ ଗ୍ରହଣ କରିଛି । କୌଣସି ପରିସ୍ଥିତିରେ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ଜିଲ୍ଲା ଓକିଲ ସଂଘ କହିଛି ।

ତେଣୁ ପୂର୍ବ ନିଷ୍ପତ୍ତି ଭଳି କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି । ଯଦି ସୁପ୍ରିମକୋର୍ଟ ଜଣେ ଆଇନଜୀବୀଙ୍କୁ ନିଲମ୍ବନ କରିବେ ତେବେ ୧୬୦୦ ଆଇନଜୀବୀ ଲାଇସେନ୍ସ ସମର୍ପଣ କରିବେ ବୋଲି ସଂଘ ଚେତାବନୀ ଦେଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କୈଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛି । ଏଥିସହ ପ୍ରତି ବୁଧବାର ଚାଲିଥିବା ଓକିଲମାନଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି ।