ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଲେ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀ

42

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆଜି ବିଜେଡି ସାଂସଦଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀ । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ନୂଆ ଦିଲ୍ଲୀସ୍ଥିତ ବାସଭବନ ପରିସରରେ ଶ୍ରୀ ଗାନ୍ଧୀ ବିଜେଡି ସାଂସଦମାନଙ୍କୁ ଭେଟି ସେମାନଙ୍କ ସହଯୋଗ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୫ତାରିଖରେ ହେବ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ତା’ପୂର୍ବରୁ ଆଜି ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀ । ସାଂସଦ ଭତ୍ତୃର୍ହରି ମହତାବଙ୍କ ବାସଭବନରେ ବିଜେଡି ସାଂସଦଙ୍କୁ ଗୋପାଳକୃଷ୍ଣ ଗାନ୍ଧି ଭେଟିଛନ୍ତି । ଏହି ସମୟରେ ସାଂସଦ ପିନାକି ମିଶ୍ର, ବୈଜୟନ୍ତ ପଣ୍ଡା, ପ୍ରତ୍ୟୁଷା ରାଜେଶ୍ୱରୀ, ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି ଓ ପ୍ରତାପ ଦେବଙ୍କ ସମେତ ଅନ୍ୟ ସାଂସଦମାନେ ଉପସ୍ଥିତ ଥିବା ଜଣାପଡିଛି ।

ତେବେ ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପକ୍ଷରୁ ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାବେଳେ, ଉପ-ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ମିଳିତ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।