କନକ ବ୍ୟୁରୋ : ୟୁପିର ମୁଲାୟମ ପରିବାରରେ ମହାଭାରତ । ଦାଦା, ପୁତୁରା ବିବାଦ ଥମିବାର ନାଁ ଧରୁନି। ଶିବପାଲ ଯାଦବ ଅଖିଳେଶ ଟିମର ୭ଜଣ ବରିଷ୍ଠ କର୍ମକର୍ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଅଖିଳେଶଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ ପୁଣି ଥରେ ଦେବା ପାଇଁ ଏହି ସାତ ଜଣ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶିବପାଲ ସମାଜବାଦୀ ଦଳର ନୂଆ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ଅଖିଳେଶ ଓ ଶିବପାଲଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ପରିସ୍ଥିତି ଅଧିକ ବିଗିଡିବାରୁ ସମାଜବାଦୀ ଦଳ ମୁଖିଆ ମୁଲାୟମ ହସ୍ତକ୍ଷେପ କରିଥିଲେ । ଦାଦା ପୁତୁରାଙ୍କ ଭିତରେ କୋ÷ଣସି ବିବାଦ ନାହିଁ ବୋଲି ଉଭୟ କୋଳାକୋଳି ହେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।