ରାମ ଜନ୍ମଭୂମି ଅଞ୍ଚଳରେ ମଦ, ମାଂସ ବିକ୍ରିରେ ପ୍ରତିବନ୍ଧକ। ୟୁପି ସରକାର ରଦ୍ଦ କଲେ ବାର ଲାଇସେନ୍ସ।

163

କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ଚାରିପଟେ ମଦ ଉପରେ ଆଜିଠାରୁ ରୋକ ଲାଗିଛି । ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟା ରାମ ଜନ୍ମଭୂମି ପରିସର ଓ ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି । ୟୁପିର ଅବକାରୀ ବିଭାଗ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି, ରାମ ଜନ୍ମଭୂମି କ୍ଷେତ୍ରରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରାଯାଇଛି । ସନ୍ଥ ସମାଜ ଧାର୍ମିକସ୍ଥଳୀର ଆଖପାଖରେ ମଦ ଓ ମାଂସର ବିକ୍ରି ଉପରେ ପୂରା ରୋକ ଲଗାଇବା ପାଇଁ ଆବେଦନ କରିଥିଲେ । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରା ଯୋଗୀ ଆଦିତ୍ୟନାଥ ମଥୁରା-ବୃନ୍ଦାବନ କ୍ଷେତ୍ରରେ ମାଂସ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆଦେଶ ଦେଇସାରିଛନ୍ତି ।

୨୦୨୧ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ୟୁପି ସରକାର ମଥୁରା-ବୃନ୍ଦାବନ ଅଞ୍ଚଳର ୧୦ କିମି ଭିତରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲଗାଇଥିଲେ । କୃଷ୍ଣତ୍ସୋବ କାର୍ଯ୍ୟକ୍ରମ ବେଳେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଥିଲେ । ସେହିଭଳି କିଛି ଦିନ ପୂର୍ବରୁ ମଧ୍ୟ ବାରାଣସୀ, ଚିତ୍ରକୂଟ, ଦେବବନ୍ଦ, ଦେୱାସରିଫ ଅଞ୍ଚଳରେ ମଧ୍ୟ ମଦ ଓ ମାଂସ ବ୍ୟାନ କରିଥିଲା । ବର୍ତ୍ତମାନ ରାମ ଜନ୍ମଭୂମି ଅଞ୍ଚଳରେ ମଧ୍ୟ ଏହା ଉପରେ ରୋକ ଲଗାଯାଇଛି ।

୨୦୨୫ ଯାଏ ମନ୍ଦିର ପରିସରର ମୁଖ୍ୟ ନିର୍ମାଣ ଶେଷ
ପ୍ରଧାନମନ୍ତ୍ରୀ ମୋଦି ୨୦୨୦ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣର ଆଧାରଶିଳା ରଖିଥିଲେ । ଏହା ପରେ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଛି । ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ରଞ୍ଜନ ଗୋଗୋଇ ଏବଂ ତାଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ୨୦୧୯ ମାର୍ଚ୍ଚ ୫ରେ ଐତିହାସିକ ଫଇସଲା ଶୁଣାଇଥିଲେ । ଅଯୋଧ୍ୟା ରାମମନ୍ଦିର ନିର୍ମାଣ ସମିତ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି ୨୦୨୩ ପର୍ଯ୍ୟନ୍ତ ଗର୍ଭଗୃହ ନିର୍ମାଣ ଶେଷ ହେବ । ସେହିଭଳି ୨୦୨୪ରେ ମନ୍ଦିରର ନିର୍ମାଣ ଓ ୨୦୨୫ ସୁଦ୍ଧା ମନ୍ଦିର ପରିସରର ମୁଖ୍ୟ ନିର୍ମାଣ ଶେଷ ହେବ ।