ୟୁପିରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା ପରେ ବିଳମ୍ବିତ ରାତିରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉତ୍ତ ସ୍ତରୀୟ ବୈଠକ । ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ । ସାରା ରାଜ୍ୟରେ ହାଇ ଆଲର୍ଟ, ୧୪୪ ଧାରା ଲାଗୁ

244

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟା ଘଟଣାର ହେବ ନ୍ୟାୟିକ ତଦନ୍ତ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟାକାଣ୍ଡ ଘଟଣା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା । ଏହାପରେ ତିନି ଜଣିଆ ନ୍ୟାୟିକ ଆୟୋଗ ଗଠନ କରାଯାଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଏଥିସହ ସାରା ରାଜ୍ୟକୁ ହାଇଆଲର୍ଟ କରାଯାଇଛି । ୧୪୪ ଧାରା ଲାଗୁ ହୋଇଛି । ପୋଲିସ ସମସ୍ତ ୭୫ଟି ଜିଲ୍ଲାରେ ଫ୍ଲାଗମାର୍ଚ୍ଚ କରିଛି । ରାଜ୍ୟର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି ।

ସୂଚନା ମୁତାବକ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ଅପରାଧର କାହାଣୀ ଉତରପ୍ରଦେଶ ତଥା ହିନ୍ଦୀ ଭାଷାଭାଷି ରାଜ୍ୟ ଗୁଡିକରେ ବେଶ୍ ଜଣାଶୁଣା । ଏହି କୁଖ୍ୟାତ ଅପରାଧୀ ବିଧାୟକ ଓ ସାଂସଦ ବି ବନିଥିଲା । ଉତରପ୍ରଦେଶର ମାଫିଆ, ମାଫିଆଙ୍କ ଭିତରେ ନାଁ କମାଇଥିବା ଆତିକ ଅହମ୍ମଦ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ସ୍ଥାନାନ୍ତର ଭିତରେ ପୁଲିସ ତାକୁ ଗୁଳି କରି ଦେବ ବୋଲି ଆଶଙ୍କା କରୁଥିଲା । ଆତିକ ବିରୋଧରେ, ଉତରପ୍ରଦେଶରେ ଶହେରୁ ଅଧିକ ଅପରାଧିକ ମାମଲା ରହିଛି । ମାମଲା ଗୁଡିକ ମଧ୍ୟରୁ ଅଧିକାଂଶ, ହତ୍ୟା, ହତ୍ୟା ଉଦ୍ୟମ, ଭଳି କେସ୍ ରହିଛି । ଶହ ଶହ ଗୁଣ୍ଡାଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲେ ଅତିକ ଅହମ୍ମଦ । ଅପରାଧ ସାମ୍ରାଜ୍ୟ ବିସ୍ତାର କରିବା ପରେ, ୧୯୮୯ରେ ରାଜନୀତିରେ ଏଂଟ୍ରି କରିଥିଲେ । ଆଉ ସେହିବର୍ଷ ଆହ୍ଲାବାଦ ବିଧାନସଭା କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ସାଂସଦ ଭାବେ ନିର୍ବାଚିତ ହେବା ସହ ପାଂଚ ଥର ଉତରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବନ୍ଧୁକ ଗୁଳି ଓ ଟଙ୍କା ବଳରେ ନିର୍ବାଚନ ଜିତି ଆସୁଥିଲେ ଆତିକ୍ । କିନ୍ତୁ ଉତରପ୍ରଦେଶରେ ଯୋଗୀ ସକରାର ଆସିବା ପରେ, ସବୁକିଛି କିଛି ବଦଳିଯାଇଥିଲା । ଯାହା ନାଁ ଶୁଣିଲେ ଦିନେ ପୂରା ଉତରପ୍ରଦେଶ କମ୍ପୁଥିଲା, ଭୟ ସୃଷ୍ଟି ହେଉଥିଲା, ସେହି ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ପୁଅକୁ ଏନକାଂଉଟର କରିଛି ୟୁପି ପୁଲିସ । ଓ ଏସଟିଏଫର ମିଳିତ ଟିମ । ୟୁପି ପୁଲିସର ସୂଚନା ଅନୁସାରେ, ଅସଦ ଝାନସୀରେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏସଟିଏଫ । ଅସଦ ଓ ତାର ସହଯୋଗୀକୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେ ପୁଲିସ ଉପରକୁ ଗୁଳିମାଡ କରିଥଲା । ତାପରେ ପୁଲିସ ପାଲଟା ଗୁଳିମାଡ କରିଥିଲା । ଆଉ ସେହି ଗୁଳିମାଡରେ ଅସଦର ମୃତ୍ୟୁ ହୋଇଥିଲା । ଏନକାଉଂଟରରେ ତାର ଜଣେ ସହଯୋଗୀର ବି ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ଅତିକ ଅହମ୍ମଦ କୁଆଡେ ଚେତା ହରାଇ ଦେଇଥିଲେ । ୨ମାସ ହେବ ଗ୍ୟାଙ୍ଗଷ୍ଟର ଅତିକର ଦୁଇ ପୁଅ ଅସଦ ଅହମଦ ଓ ସହଯୋଗୀ ଗୁଲାମକୁ ଖୋଜୁଥିଲା ପୁଲିସ । ୨୦୦୫ ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ପାଲଙ୍କୁ ଗତ ଫେବୃଆରୀ ୨୪ ତାରିଖରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲା ଅସଦ । ଆତିକ୍ଙ୍କ ନିର୍ଦ୍ଦେଶ କ୍ରମେ ପୁଅ ଅସଦ ଏହି ଗୁଳିକାଣ୍ଡ କରିଥିବା ଅଭିଯୋଗ ହୋଇଥିଲା । ଆଉ ଅସଦ ବିରୋଧରେ ପ୍ରମାଣ ପାଇବା ପରେ ତାକୁ ଖୋଜୁଥିଲା ୟୁପି ପୁଲିସ । ଆଜି ଆତିକ ଓ ତାଙ୍କ ଭାଇକୁ ଚେକ୍ ଅଫ୍ ପାଇଁ ପ୍ରୟାଗରାଜ ନିଆଯାଉଥିବା ବେଳେ ଗୁଳିମାରି ମାରି ଦେଇଛନ୍ତି ଦୁବୃର୍ତ । ନଜର ପକାନ୍ତୁ ହତ୍ୟାର ଶିକାର ପୂର୍ବରୁ ଆତିକ ଗଣମାଧ୍ୟମକୁ କଣ କହିଥିଲେ ।