ମାତିଛି ଅଜଣା ରୋଗ : ମାସକରେ ଗଡିଲାଣି ୭ ମୁଣ୍ଡ

75

କନକ ବ୍ୟୁରୋ : ମାତିଛି ଅଜଣା ରୋଗ । ଗୋଟିଏ ମାସରେ ଗଡିଲାଣି ୭ ମୁଣ୍ଡ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି କୋରାପୁଟ ସେମିଳିଗୁଡା ଆମ୍ବେଦକର ନଗରସାହିରେ । ମାସକ ଭିିତରେ ଗୋଟିଏ ପରେ ଗୋଟିଏ ଜୀବନ ଯାଇଥିବା ବେଳେ ଏପର୍ଯ୍ୟନ୍ତ ରୋଗ ଚିହ୍ନଟ ହୋଇପାରିନି ।

ଗାଁରେ ଡାକ୍ତରୀ ଦଳ ପହଞ୍ଚିି ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ରୋଗ ନେଇ ଲୋକଙ୍କୁ ସତର୍କ ରହିବା ସହ ସଚେତନ କରାଉଛନ୍ତି । ତେବେ ଡେଙ୍ଗୁ ଯୋଗୁଁ ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରୁଥିବା ବେଳେ ନମୁନା ସଂଗ୍ରହ କରି ପଠାଯାଇଛି । ପରୀକ୍ଷା କରାଯିବା ପରେ ରୋଗ ସମ୍ପର୍କରେ ଜଣାପଡ଼ିବ ବୋଲି ଡାକ୍ତରୀ ଟିମ୍ କହିଛି ।