କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନର ଛାତ ଭୁଶୁଡ଼ି ପଡ଼ିଛି। ତେବେ ଘଟଣା ସମୟରେ ଉପଜିଲ୍ଲାପାଳ କିମ୍ବା ତାଙ୍କ ପରିବାର କେହି ଘରେ ନ ଥିବାରୁ ସମସ୍ତେ ସୌଭାଗ୍ୟକୁ ରକ୍ଷା ପାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନଟି ଏକ ପୁରୁଣାକାଳିଆ କୋଠା। ପ୍ରାୟ ବ୍ରିଟିଶ ଅମଳରେ ତିଆରି ହୋଇଥିବା ଏହି କୋଠାଟି ଚୁନ , ଗୁଡ଼ ଓ ଅନ୍ୟାନ୍ୟ ସାମଗ୍ରୀରେ ତିଆରି। ତେବେ ଏତେ ପୁରୁଣା ହୋଇଥିଲେ ମଧ୍ୟ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇ ନ ଥିଲା। ବରଂ ଏହା ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭାବେ ବ୍ୟବହୃତ ହେଉଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗତ ଦୁଇଦିନ ହେବ ଉପଜିଲ୍ଲାପାଳ ଭଗବାନ ବେହେରା ସରକାରୀ କାର୍ଯ୍ୟରେ ବାରିପଦା ଯାଇଥିବାରୁ ଘରେ କେହି ନ ଥିଲେ। ଆଜି ସକାଳେ ଉପଜିଲ୍ଲାପାଳ ଶ୍ରୀ ବେହେରା ଉଦଳା ଫେରି ଘରର କବାଟ ଖୋଲିବା ପରେ ଭିତରେ ଛାତ ଭୁଶୁଡ଼ି ପଡ଼ିଥିବା ଦେଖିଥିଲେ। ବିଶେଷତଃ ଉପଜିଲ୍ଲାପାଳଙ୍କ ଶୟନକକ୍ଷ ସଂଲଗ୍ନ କୋଠରିର ଛାତ ଭୁଶୁଡ଼ି ପଡ଼ିଥିବାରୁ ସେହି ଘରେ ଥିବା ଆସବାବପତ୍ର ନଷ୍ଟ ହୋଇ ଯାଇଛି। ଫଳରେ ସେ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି। ଖୁବ୍ ଶୀଘ୍ର ଏହି ଘରକୁ ଅସୁରକ୍ଷିତ ଘୋଷଣା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତିି।