ଜୀବନ ନେଇଗଲା ଦାମୀ ରେଷ୍ଟୁରାଂଟର ଖାଇବା : ଦୁଇ ଭାଇ ମୃତ, ଡାକ୍ତରଖାନାରେ ମା’
ରବିବାର ଅପରାହ୍ଣରେ ପାକିସ୍ତାନର କରାଚି ଠାରେ ଥିବା ଏକ ଦାମୀ ରେଷ୍ଟୁରାଂଟରେ ଖାଇବା ପରେ ଦୁଇ ଜଣ ନାବାଳଙ୍କ ମୃତ୍ୟୁ ହେବାରୁ ପୁଲିସ ତାହାକୁ ସିଲ୍ କରିଛି । ପାକିସ୍ତାନ ଗଣମାଧ୍ୟମ କହିବା ଅନୁସାରେ, ଖାଦ୍ୟ ବିଷକ୍ରିୟା କାରଣରୁ ଦୁଇ ନାବାଳକଙ୍କର ମାଆଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କରାଚିର ଡିଫେନ୍ସ୍ ହାଉସିଙ୍ଗ୍ ଅଥରିଟି ଅଞ୍ଚଳରେ ଥିବା ଆରିଜୋନା ଗ୍ରିଲ୍ ରେଷ୍ଟୁରାଂଟ ଡିନର୍ ଖାଇବା ପରେ ସେମାନେ ଖାଦ୍ୟ ବିଷକ୍ରିୟା ହୋଇଥିବା ଅଭିଯୋଗ କରିଥିଲେ । ଦୁଇ ନାବାଳକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ସେମାନଙ୍କର ମାଆ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।
ଦୁଇ ନାବାଳକଙ୍କ ଶବ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଡାକ୍ତରଖାନାକୁ ପଠା ଯାଇନାହିଁ । ତେଣୁ ଆନୁଷ୍ଠାନିକ ଭାବେ ମୃତ୍ୟୁର ବାସ୍ତବ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ରେଷ୍ଟୁରାଂଟ ବାହାରେ ପିଲା ଦୁହେଁ କ୍ୟାଣ୍ଡି ଖାଇଥିଲେ ଓ ଘରକୁ ଫେରିବା ପରେ ଦୁଗ୍ଧ ପିଇଥିଲେ । ରେସ୍ତୋରାଁ ଖାଦ୍ୟ, କ୍ୟାଣ୍ଡି କି, ଦୁଗ୍ଧ ଯୋଗୁଁ ଖାଦ୍ୟ ବିଷକ୍ରିୟା ହେଲା, ତାହା ଭଲ ଭାବେ ତଦନ୍ତ କରାଯିବା ଆବଶ୍ୟକ । ସେମାନଙ୍କ ବାନ୍ତିର ନମୁନା ଏବଂ ପୋଷାକରେ ଲାଗିଥିବା ରକ୍ତ ଛିଟା ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି । ରେସ୍ତୋରାଁ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।