କେନ୍ଦ୍ରର ନିୟମକୁ ବିରୋଧ କରି ପୁଣି କାଠଗଡାକୁ ଗଲା ଟ୍ୱିଟର

83

କନକ ବ୍ୟୁରୋ : ସୋସିଆଲ ମିଡିଆରୁ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେବା କ୍ଷମତାର ଅପବ୍ୟବହାର । ସୋସିଆଲ ମିଡିଆ କମ୍ପାନୀ ଟୁଇଟର ଏଭଳି କିଛି କହି କେନ୍ଦ୍ର ସରକାରଙ୍କୁ କାଠଗଡାକୁ ଟାଣିଛି । ସୋଶିଆଲ ମିଡିଆରେ ଯେଉଁ ଆପତିଜନକ ପୋଷ୍ଟ ହେଉଛି ତାକୁ ହଟାଇବାକୁ ଟୁଇଟରକୁ କହୁଛନ୍ତି । ନୂଆ ଆଇଟି ନିୟମ ଅନୁସାରେ ଭାରତ ସରକାର ଟୁଇଟରକୁ ଏପରି ନିର୍ଦ୍ଦେଶ ଦେଉଛନ୍ତି । ହେଲେ ଟୁଇଟର ଅନୁଭବ କରିଛି ନିଜ ବିରୋଧରେ ଆସିଥିବା ପୋଷ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାର କହୁଛନ୍ତି ।

କମ୍ପାନୀ କିଛି ପୋଷ୍ଟ ନହଟାଇବା ପରେ ନିକଟରେ ସରକାର ଅପରାଧିକ ମାମଲା ରୁଜୁ ହେବ ବୋଲି କହିଥିଲେ । ଏହାପରେ ବିବାଦର ସମାଧାନ କରିବା ପାଇଁ ନ୍ୟାୟଳୟର ସାହରା ନେଇଛି ଟୁଇଟର । ତେବେ ଟ୍ୱିଟରର ଏହି ଆଇନଗତ ପଦକ୍ଷେପ ସମ୍ପର୍କରେ ଭାରତର ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହିଁ । ବର୍ଷକ ମଧ୍ୟରେ ଏକ ସ୍ୱତନ୍ତ୍ର ସିଖ୍ ରାଷ୍ଟ୍ରର ସମର୍ଥନ କୁରଥିବା ଆକାଉଣ୍ଟ ଓ କୋଭିଡ-୧୯ ମହାମାରୀକୁ ନେଇ ସମାଲୋଚନା କରୁଥିବା ଆକାଉଂଟଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା । ହେଲେ ଟୁଇଟର କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡିଛି ।