ନିଆଳିରେ ଜଗି ରହିଲେ ଟ୍ରାଙ୍କୁଲାଇଜ ଏକ୍ସପର୍ଟ ! ଶିମିଳିପାଳରୁ ଆସିଥିବା ସ୍ପେଶାଲ ଟିମର ଅପରେସନ୍ ଜାରି  

44

କନକ ବ୍ୟୁରୋ : ଶିମିଳିପାଳରୁ ଆସିଥିବା ସ୍ପେଶାଲ ଟିମର ଅପରେସନ୍ । ନିଆଳିରେ ଜଗି ରହିଲେ ଟ୍ରାଙ୍କୁଲାଇଜ ଏକ୍ସପର୍ଟ । ମେଣ୍ଢା ଶିକାର କରିବାକୁ ଆସୁଥିବା ଜଙ୍ଗଲୀ ଜନ୍ତୁକୁ ଦେଖିବା ମାତ୍ରେ ନିସ୍ତେଜ କରିଦେବାକୁ ସେମାନେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ସେପଟେ ଜନ୍ତୁ ଲୁଚିରହିବା ସମ୍ଭାବନା ଥିବା ଛୋଟଛୋଟ ଜଙ୍ଗଲରେ ବି ଚାଲିଛି ଘେରାବନ୍ଦୀ । ପୁରା ଅଂଚଳକୁ କ୍ୟାମେରା ସର୍ଭେଲାନ୍ସରେ ରଖାଯାଇଛି । ଆକାଶରୁ ଡ୍ରୋନ କ୍ୟାମେରା ନଜର ରଖିଥିବାବେଳେ ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଛି କ୍ୟାମେରା ଟ୍ରାପ । ନିଆଳିରେ ଆତଙ୍କର ଅନ୍ତ କରିବାକୁ ନୀଳ ନକା୍ସ ପ୍ରସ୍ତୁତ କରିଛି ବନ ବିଭାଗ ।