ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିକଟରେ ଭୁବନେଶ୍ୱରରେ ଜଣେ ଟ୍ୟୁସନ ସାରଙ୍କ ମାଡରେ ଛାତ୍ରଙ୍କ ମାଆଙ୍କ ମୃତ୍ୟୁଘଟଣା ଚର୍ଚ୍ଚାରେ ରହିଥିଲା । ଆଉଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଟ୍ୟୁସନ ସାର । ବିଚ୍ ରାସ୍ତାରେ ଟ୍ୟୁସନ ସାରଙ୍କୁ ମାଡ ମାରୁଛନ୍ତି ଛାତ୍ରୀମାନେ । ବାଣୀବିହାର ପରିସରରେ ରାସ୍ତାରେ ଟ୍ୟୁସନ ସାରଙ୍କୁ ଆଣ୍ଠେଇ ଦେଇଛନ୍ତି ଉତ୍ୟକ୍ତ ଛାତ୍ରୀ । ଶିକ୍ଷକ ଜଣକ ଜଣେ ଛାତ୍ରୀଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଅପରାହ୍ନରେ ଜଣେ ଏମବିଏ ଛାତ୍ରୀଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିଲେ ବିନୋଦ କୁମାର ସାହୁ ନାମକ ଜଣେ ଟ୍ୟୁସନ ମାଷ୍ଟର । ଗାଡି ଅଟକାଇ ତାଙ୍କୁ ଜୋରଜବରଦସ୍ତ ଯିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଟଙ୍କା ଯାଚିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀ ଜଣଙ୍କ ତାଙ୍କ ବାନ୍ଧବୀଙ୍କୁ ଡାକିବା ପରେ ବିନୋଦ ସେଠାରୁ ପଳାଇଥିଲେ । କିନ୍ତୁ ଉତ୍ୟକ୍ତ ଛାତ୍ରୀମାନେ ବିନୋଦଙ୍କ ପିଛା କରି ତାଙ୍କୁ କାବୁ କରିବା ସହ ମାଡ ମାରି ପୁଲିସ ଜିମା ଦେଇଥିଲେ।