ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍। କ୍ଷେତ୍ର ପରିଦର୍ଶନ କଲେ, ସ୍ଥିତି ପରଖିଲେ

1,111

କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟ ମହାନଦୀ ଉତ୍ପତିସ୍ଥଳରେ ସ୍ଥିତି ପରଖିଛନ୍ତି । ଏଥିରେ ରହିଛନ୍ତି ପାଟନା ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି । ଟିମ୍ ଛତିଶଗଡ ଧମତରୀର ଫାର୍ସିଆରେ ପହଞ୍ଚିଛନ୍ତି । ଟିମ୍ ରାୟପୁରରୁ ବାହାରି ଧମତରୀ ପହଞ୍ଚିବା ପରେ ମାଣ୍ଡମସିଲ୍ଲୀ ଜଳାଶୟକୁ ଯାଇ ନିରୀକ୍ଷଣ କରିଛନ୍ତି । ଟିମ୍ ଛତିଶଗଡ଼ ଓ ମଧ୍ୟପ୍ରଦେଶର ସୀମାନ୍ତରେ ଥିବା ସିହାୱା ପର୍ବତମାଳାକୁ ଯାଇଥିଲେ । ଏହି ସିହାୱାରୁ ନିର୍ଗତ ଝରଣା ହାଇଡ୍ରୋଲୋଜି ଦୃଷ୍ଟିରୁ ମହାନଦୀର ଉତ୍ପତିସ୍ଥଳ ଭାବେ ପରିଚିତ ।

ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲର ସଦସ୍ୟ ଛତିଶଗଡରେ ଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଡା ମନ୍ତବ୍ୟ ଦେଇ ଦୁଇ ରାଜ୍ୟର ବିବାଦକୁ ବଢାଇଛନ୍ତି । ସେ କହିଛନ୍ତି, ବ୍ୟାରେଜ କରିଛୁ, ଆଗକୁ ବନ୍ଧ ବାନ୍ଧିବୁ । ବନ୍ଧ ବାନ୍ଧିବା ପ୍ରସଙ୍ଗ ଟ୍ରିବ୍ୟୁନାଲ ପାଇଁ ଅଟକି ରହିଛି । ଅନୁମତି ମିଳିଲେ ବନ୍ଧ ବାନ୍ଧିବୁ । ୭ଟି ବ୍ୟାରେଜ ନିର୍ମାଣ ଯୋଗୁଁ ବିବାଦ ହୋଇଛି । ସବୁ ପାଣି ଓଡିଶାକୁ ଯାଉଛି ।

ବାଘେଲଙ୍କ ମନ୍ତବ୍ୟ ନେଇ ବିଜେଡି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦଳ କହିଛି ଅନ୍ତଃ-ରାଜ୍ୟ ନଦୀରେ ଓଡିଶାର ବି ହକ ଅଛି । ବାଘେଲ ଜାଣିଶୁଣି ଓଡିଶାର ସ୍ୱାର୍ଥକୁ ପ୍ରତାରିତ କଲାଭଳି କଥା କହୁଛନ୍ତି । ସମସ୍ତ ଆଇନ-କାନୁନ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇଛନ୍ତି । କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛ ିା

ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ । କିନ୍ତୁ ଅଣମୌସୁମୀ ସମୟରେ ଓଡ଼ିଶାକୁ ୩୦% କମ୍ ପାଣି ମିଳୁଥିବା ଅଭିଯୋଗ ରହିଛି । ଛତିଶଗଡ ମହାନଦୀ ପାଣି ଅଟକାଉଥିବାରୁ ପ୍ରଭାବ ଓଡ଼ିଶା ଉପରେ ପଡୁଛି । ଏବେ ଭୂପେଶଙ୍କ ବିବାଦୀୟ ବୟାନ ଓ ଓଡିଶାର କଡା ଆଭିମୁଖ୍ୟ ପରେ ବିବାଦ କେଉଁଆଡକୁ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛ ିା