ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମହିଳା ସମେତ ୭ ମୃତ

171

କନକ ବ୍ୟୁରୋ : ଯମୁନା ଏକ୍ସପ୍ରେସ ୱେରେ ଏକ ବଡଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ଏଠାରେ ହୋଇଥିବା ଦୁର୍ଘଟଣାରେ ୩ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଜମୁନା ଏକ୍ସପ୍ରେସ ୱେ ର ନୌହିଲ ଠାରେ ଏକ ୱାଗନର ଗାଡି ସହ ଏକ ଅଜଣା ଗାଡିର ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କ ଥିଲା କି କାରର ଉପର ସମ୍ପୂର୍ଣ୍ଣ ଉଡିଯାଇଛି । କାରରେ ବସିଥିବା ୩ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଶିଶୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ଏଭଳି ଦୁର୍ଘଟଣାର ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଖ ପ୍ରକାଶ କରିଛନ୍ତି । କୁହାଯାଉଛି କି, କାରରେ ବସିଥିବା ଲୋକମାନେ ହରଦୋଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ସେଠାରେ ସେମାନେ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ । ଦୁର୍ଘଟଣା ପରେ ଜମୁନା ଏକ୍ସପ୍ରେସ ୱେରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଦୁର୍ଘଟଣାର ସୂଚନା ପାଇବା ପରେ ଦେହାତ ଏସପି ତାଙ୍କ ଟିମ ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।