ମାଟି ତଳେ ଦବି ରହିଛି ବିରାଟ ହୀରା ଭଣ୍ଡାର, ହେଲେ ଗହଣା ଦୋକାନକୁ ପହଂଚିପାରିବ କି ନାହିଁ ଆଶଙ୍କାରେ ବୈଜ୍ଞାନିକ । ଜାଣନ୍ତୁ କ’ଣ ରହିଛି କାରଣ
ବୈଜ୍ଞାନିକମାନେ ମାଟି ତଳେ ହୀରାର ବଡ ଭଣ୍ଡାର ଥିବାର ଆବିଷ୍କାର କରିଛନ୍ତି । ମାସାଚ୍ୟୁସେଟ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଅନୁଧ୍ୟାନକର୍ତ୍ତାଙ୍କ ମୁତାବକ, ମାଟି ତଳେ ୧୦ ଖର୍ବରୁ ହଜାର ଗୁଣ ଅଧିକ ହୀରା ଦବି ହୋଇରହିଛି । କିନ୍ତୁ ଏହାକୁ ବାହାର କରାଯାଇପାରିବନି । ବୈଜ୍ଞାନିକଙ୍କ ମୁତାବକ, ଏହି ହୀରା ପୃଥିବୀ ପୃଷ୍ଠଭାଗରୁ ପାଖାପାଖି ୯୦ରୁ ୧୫୦ ମିଲ(୧୪୫ରୁ ୨୪୦ କିମି) ଭିତରେ ଅଛି । ଏପର୍ଯ୍ୟନ୍ତ କୈାଣସି ମଣିଷ ଏତେ ଗଭୀର ପର୍ଯ୍ୟନ୍ତ ପହଂଚିପାରିନି କି ଏତେ ଗଭୀରତା ପର୍ଯ୍ୟନ୍ତ ଖୋଳିପାରିନି । ଏମଆଇଟିର ଡିପାର୍ଟମେଣ୍ଟ ଅଫ୍ ଆର୍ଥ, ଏମ୍ସଫେରିକ୍ ଆଣ୍ଡ ପ୍ଲାନେଟୋରୀ ସାଇଂସେସ୍ ରେ ରିସର୍ଚ୍ଚ ସାଇଂଟିଷ୍ଟ ଉଲରିକ୍ ଫଲଙ୍କ କହିବାନୁସାରେ, ସେମାନେ ଏହି ହୀରାକୁ ବାହାର କରିପାରିବେନି, କିନ୍ତୁ ତଥାପି ବି ଏହା ଏତେ ଅଧିକ ଯେ, ଆମେ ଏହା ବିଷୟରେ କେବେ ଭାବିନଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେସମିକ୍ ଟେକନିକ୍ ଜରିଆରେ ବୈଜ୍ଞାନିକ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ପୃଥିବୀରୁ ଧ୍ୱନି ତରଙ୍ଗ କେମିତି ଅତିକ୍ରମ କରେ, ସେତେବେଳେ ତାଙ୍କୁ ଏହି ହୀରାର ଭଣ୍ଡାର ମିଳିଲା ଯାହା ଓଲଟା ପାହାଡ ଆକାରରେ ଅଛି । ବୈଜ୍ଞାନିକଙ୍କୁ ଏବେ ଲାଗୁଛି କି ପୂର୍ବ ଅନୁମାନ ମୁତାବକ, ପୃଥିବୀର ପ୍ରାଚୀନ ଭୂମିଗତ ଚଟାଣରେ ୧୦୦୦ ଗୁଣ ଅଧିକ ହୀରା ଅଛି । ଏବେ ବି ବହୁତ କମ୍ ସମ୍ଭାବନା ଅଛି ଯେ, ଏହା କେବେ ଗହଣା ଦୋକାନକୁ ପହଂଚିପାରିବ ବୋଲି ।
ହୀରା କାର୍ବନ ଠାରୁ ତିଆରି ହୁଏ । ପୃଥିବୀର ଗଭୀରତାରେ ପ୍ରବଳ ଚାପ ଓ ଅତ୍ୟଧିକ ତାପମାତ୍ରାରେ ହୀରା ତିଆରି ହୁଏ । ଏହା ପୃଥିବୀ ପୃଷ୍ଠ ପାଖକୁ ସେତେବେଳେ ଆସେ, ଯେତେବେଳେ ଆଗ୍ନେୟଗିରି ଫାଟେ, ଯାହାକି ଦୁର୍ଲଭ ହୋଇଥାଏ । ଏହି ପ୍ରକାରର ଆଗ୍ନେୟଗିରି ବିସ୍ଫୋଟ ଲକ୍ଷେ-କୋଟିଏ ବର୍ଷରେ ଥରେ ହୋଇଥାଏ ।