ସ୍ୱାଭାବିକ ହେଲା ଧବଳେଶ୍ୱରରେ ଦର୍ଶନ । ବଡ଼ ଓଷା ପାଇଁ ବାବାଙ୍କ ପୀଠରେ ପ୍ରବଳ ଭିଡ଼ ଭକ୍ତ ।

99

କନକ ବ୍ୟୁରୋ: ଆଜି ବଡଓଷା । ସ୍ୱାଭାବିକ ହେଲା ବାବା ଧବଳେଶ୍ୱରରେ ଦର୍ଶନ । ଦର୍ଶନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା ହେବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଆଶଙ୍କା । ପୀଠରେ ଲଗାଯାଇଥିବା ବ୍ୟାରିକେଡକୁ ନେଇ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ ।

ତେବେ ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁଁ ଭକ୍ତମାନେ ପୂଜାର୍ଚ୍ଚନା କରିପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ପୂଜକ ସମିତି ଓ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଥିଲା । ପୂଜକ ସମାଜ ବ୍ୟାରିକେଡ୍କୁ ଉତ୍ତର ପଟକୁ କରିବା ପାଇଁ ଜିଦ୍ ଧରି ବସିଥିବା ବେଳେ ପ୍ରଶାସନ କିନ୍ତୁ ବ୍ୟାରିକେଡରେ କୌଣସି ପରିବର୍ତ୍ତର୍ନ କରିବା ସପକ୍ଷରେ ନାହିଁ । ତେଣୁ ପ୍ରଶାସନ କ’ଣ ନିଷ୍ପତ୍ତି ନେଉଛି, ତା’ଉପରେ ନଜର ରହିଛି । ସେପଟେ ଆଜି ବଡ଼ଓଷା ଥିବାରୁ ପୀଠରେ ଭିଡ଼ ବଢ଼ିବା ସ୍ୱାଭାବିକ । ତେଣୁ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ, ମେଡିକାଲ ଟିମ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।