କନକ ବ୍ୟୁରୋ : ଓଡିଶା ଜିଏସଟି ଓ ଭାଟ ସଂଶୋଧନ ବିଲ ଉପରେ ଆଜି ବିଧାନସଭାରେ ଆଲୋଚନା କରାଯିବ । କାର୍ଯ୍ୟ ପରାମର୍ଶ ଦାତା କମିଟି ରିପୋର୍ଟ ଆଧାରରେ ବିଲ୍ ଉପରେ ଆଲୋଚନା କରାଯିବ । ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓଡିଶା ଜିଏସଟି ଓ ଭାଟ ସଂଶୋଧନ ବିଲ ଆଗତ କରିଥିଲେ । ଏକ ଦେଶ, ଏକ ଟିକସ ନାରା ନେଇ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ପହିଲାରୁ ଲାଗୁ କରିବାକୁ ଯାଉଛନ୍ତି ଜିଏସଟି । ଏହାକୁ ରାଜ୍ୟରେ ଲାଗୁ କରିବାକୁ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ।