ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା ! ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ତୁଲାଇବେ ପ୍ରମୁଖ ଭୂମିକା
କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା । ରଥଯାତ୍ରାରେ ସ୍ନାନପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେବା ଦଇତାମାନେ ବହନ କରିଥାନ୍ତି । ଆଜି ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦଇତାମାନେ ମହାପ୍ରଭୁଙ୍କ ସେବାରେ ପ୍ରମୁଖ ଭୂମିକା ତୁଲାଇବେ । ଶ୍ରୀମନ୍ଦିରଦଇତା ପ୍ରବେଶ ପରେ ଆଜି ଶ୍ରୀଜୀଉଙ୍କ ବଡ଼ ସିଂହାର ଭୋଗ, ପହୁଡ଼ ଆଳତି ପରେ ଚତୁର୍ଦ୍ଧାମୂର୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଂକିି କରାଯିବ ବୋଲି ଜଣାପଡ଼ିଛି । ପରେ ସେବକମାନେ ମହାପ୍ରଭୁଙ୍କ ବାହୁଟ କଂଟ ନୀତି ସମ୍ପାଦନ କରିବେ । ଶ୍ରୀମନ୍ଦିର ସେବକମାନେ ପ୍ରସ୍ତୁତ ଥିବା ନିଯୋଗ ପକ୍ଷରୁ କୁହାଯାଇଛି । ଶ୍ରୀଜୀଉଂକ ଶ୍ରୀ ଅଙ୍ଗ ରକ୍ଷକ ଭାବେ ପରିଚିତ ଦଇତାପତି ସେବକ ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ରଥଯାତ୍ରା, ବାଡୁଡ଼ାଯାତ୍ରା, ସୁନାବେଶ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେବା କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗ ରକ୍ଷକ ଭାବେ ପରିଚତ ଦଇତାପତି ସେବକ ସ୍ନାନପୂର୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେବା କରିବେ। ଦଇତା ପ୍ରବେଶ ପରେ ଆଜି ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢ଼ାଙ୍କି କରାଯିବ ବୋଲି ଜଣାପଡ଼ିଛି। ପରେ ସେବକମାନେ ପ୍ରଭୁଙ୍କ ବାହୁଟ କଣ୍ଟ ନୀତି ସଂପାଦନ କରିବେ। ବାହୁଟ କଣ୍ଟ ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ।
କୋଠ ସୁଆସିଆଁ ସେବକ ଚାର ବାନ୍ଧି ବାହାରିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବନ୍ଧିବା ନୀତି ସମ୍ପନ୍ନ କରିବେ। ଦେବସ୍ନାନ ଯାତ୍ରା ପରଠାରୁ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବେ। ଗୁଣ୍ଡିଚା ମନ୍ଦିରକୁ ଆଡପ ମଣ୍ଡପ ବିଜେ, ବାହୁଡା ବିଜେରେ ଦଇତାପତ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବେ। ସେହିଭଳି ମହାପ୍ରଭୁଙ୍କ ସୁନାବେଶ, ଅଧରପଣା ସରିବା ପରେ ପ୍ରଭୁଙ୍କ ରତ୍ନ ସିଂହସନକୁ ନିଳାଦ୍ରୀ ବିଜେ କରାଇବେ ବୋଲି ଜଣାପଡ଼ିଛି।