ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ! ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

110

କନକ ବ୍ୟୁରୋ : ଆଜି ୪ ଘଂଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନିକଟରେ ବନକ ଲାଗି ନୀତି ପାଇଁ ୪ ଘଂଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା । ବନକ ଲାଗି ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିଥାଏ ।

ତେବେ ଠାକୁରଙ୍କ ପରମ୍ପରା ଅନୁସାରେ ଅନେକ ସମୟରେ ଏପରି ଭାବରେ ଗୁପ୍ତ ନୀତି କରାଯାଇଥାଏ । ତେଣୁ ଏହି ନୀତି ସମୟରେ ମନ୍ଦିରକୁ ସାଧାରଣ ଭାବରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥାଏ । ତେଣୁ ଆଜି ବି ୪ ଘଂଟା ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।