କନ୍ଦାଉଛି ପିଆଜ ! ୧୦୦ ଡେଇଁଲା ନୂଆ ପିଆଜ, ଆହୁରି ମାସେ ଟେନସନ ଦେଇପାରେ ପିଆଜ

247

କନକ ବ୍ୟୁରୋ : ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି ପିଆଜ ଦର। ମଙ୍ଗଳବାର ରାଜଧାନୀରେ ପିଆଜ ହଠାତ୍ ୧୦୦ ଟଙ୍କା ଡେଇଁଛି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ନୂଆ ପିଆଜର ପାଇକାରୀ ଦର ୧୦୦ ଟଙ୍କାକୁ ଛୁଇଁଥିବାରୁ ଖୁଚୁରା ଦର ସ୍ବତଃ ୧୧୦ ଟଙ୍କା ପର୍ଯ୍ୟନ୍ତ ଉଠି ଯାଇଛି। ନାସିକ୍ରୁ ଆସୁଥିବା ପୁରୁଣା ପିଆଜର ପାଇକାରୀ ଦର ୧୧୫/୧୨୦ ଟଙ୍କା ହୋଇଯାଇଛି। ତେଣୁ ଓଡ଼ିଶା ଖାଉଟି ବଜାରରେ ନାସିକ୍ ପିଆଜ କ୍ବଚିତ୍ ମିଳୁଥିବାବେଳେ ଖୁଚୁରା ଦର କିଲୋ ପିଛା ୧୪୦ଟଙ୍କା ହୋଇଥିବା ଜଣାପଡ଼ିଛି।

କ୍ୟାପିଟାଲ ହାଟରେ ପିଆଜ ଦର ମାନ ଅନୁସାରେ ୧୦୦ରୁ ୧୪୦ଟଙ୍କା ଦରରେ ବିକ୍ରି ହୋଇଛି। ଏଭଳି ଆକାଶଛୁଆଁ ଦର ପାଇଁ ବ୍ୟବସାୟୀମାନେ ମାଲ୍ ମଗାଉ ନ ଥିବାରୁ କୁବେରପୁରୀର ବହୁ ପିଆଜ ଗୋଦାମ ଖାଁ ଖାଁ ହୋଇପଡ଼ିଥିଲା। ତୁର୍କୀ ଓ ଇଜିପ୍ଟ ପିଆଜ ଆସିବା ପରେ ପରିସ୍ଥିତି ବଦଳିବା ଆଶା କରାଯାଉଥିଲେ ବି ଆହୁରି ମାସଟିଏ ପିଆଜ ଖାଉଟିଙ୍କୁ କନ୍ଦେଇବା ନିଶ୍ଚିତ।