କଟକରେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହେମାନ : ସାଲେପୁର ଜେଏମଏଫସି କୋର୍ଟରେ ହେବ ହାଜର

28

କନକ ବ୍ୟୁରୋ : ଆଜି କୋର୍ଟରେ ହାଜର ହେବ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରେହମାନଙ୍କୁ ଦିଲ୍ଲୀର ତିହାର ଜେଲରୁ କଟକ ଆଣିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଆଜି ସାଲେପୁରର ଜେଏମଏଫସି କୋର୍ଟରେ ହାଜର ହେବ ଅବଦୁର ରେହମାନ । ଚଳିତ ମାସ ୧୫ ତାରିଖରେ ସାଲେପୁର କୋର୍ଟରେ ହାଜର ହୋଇଥିଲା ରେହମାନ ।

ଅଲ-କାଏଦା ସହ ସମ୍ପର୍କ ଅଭିଯୋଗରେ ରେହମାନକୁ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁରର ଥାନା ସାତବାଟିଆ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଟାଙ୍ଗୀ ଅଂଚଳରେ ରେହମାନ ବେଆଇନ ମଦ୍ରାସା ଚଳାଉଥିଲା । ପଡୋଶୀ ଝାଡଖଣ୍ଡ ଓ ଅନ୍ୟ ଅଂଚଳରୁ ପିଲା ଆଣି ଆତଙ୍କବାଦ ପାଠ ପଢାଉଥିଲା ।