ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ: ମିମିକ୍ରି ସମୟର ଭିଡିଓ ଉତୋଳନ କଲେ ରାହୁଲ ଗାନ୍ଧୀ

120

କନକ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନକଲ କଲେ ବିରୋଧୀ ସାଂସଦ । ନକଲ କରି ବିବାଦରେ ଫସିଛନ୍ତି ଟିଏମସି ସାଂସଦ କଲ୍ୟାଣ ମୁଖାର୍ଜୀ । ଗୃହ ବାହାରେ ବିରୋଧୀ ପ୍ରଦର୍ଶନ ଜାରି ରଖିବା ସମୟରେ ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀ ରାଜ୍ୟସଭା ସଭାପତିଙ୍କ ନକଲ କରି କଟାକ୍ଷ କରିଥିଲେ । ସବୁଠୁ ବଡ଼ କଥା ହେଉଛି ଯେଉଁ ସମୟରେ କଲ୍ୟାଣ ବାର୍ନାଜୀ ନକଲ କରି ଧନଖଡ଼ଙ୍କୁ କଟାକ୍ଷ କରୁଥିଲେ ସେହି ସମୟରେ ଅନ୍ୟ ସାଂସଦମାନେ ହସି ହସି ଗଡିଯାଉଥିଲେ । ଯାହାକୁ ମୋବାଇଲରେ ସୁଟିଂ କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଓ କଲ୍ୟାଣଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ଜଗଦୀପ ଧନଖଡ଼ । ଉପରାଷ୍ଟ୍ରପତି ଏହାକୁ ଲଜ୍ଜାଜନକ, ହାସ୍ୟାସ୍ପଦ, ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ।