ଦୀପାବଳୀରେ ଆହୁରି ବିଷାକ୍ତ ହୋଇପାରେ ଜଳବାୟୁ : ପ୍ରଦୂଷଣରୁ ବଂଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ମାସ୍କ ନଥିଲେ ଓଦା କପଡାକୁ ମାସ୍କ ଭାବେ ବ୍ୟବହାର କରନ୍ତୁ

97

ଦିଲ୍ଲୀ-ଏନସିଆର ପ୍ରଥମରୁ ହିଁ ସ୍ମଗ୍ କାରଣଣୁ ଗ୍ୟାସ ଚ୍ୟାମ୍ବର ହୋଇକି ରହିଛି । ଦୀପାବଳୀ ଦିନ ଓ ରାତିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ଆହୁରି ଅଧିକ ବଢ଼ିଯିବ । ଦୀପାବଳୀ ପରେ ଲୋକଙ୍କୁ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ, ଆଖିରେ ଜଳାପୋଡା ଓ କାଶର ସମସ୍ୟା ପୂର୍ବ ଅପେକ୍ଷା ଅଧିକ ହୋଇପାରେ । ଜାଣନ୍ତୁ କେମିତି ଘରେ ବସି ପ୍ରଦୂଷଣରୁ ରକ୍ଷା ପାଇବେ ।

 

ଦୀପାବଳୀ ଅବସରରେ ବଢ଼ୁଥିବା ସ୍ମଗକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ପାଣି ଓ ତରଳ ପଦାର୍ଥ ପିଅନ୍ତୁ । ଆଣ୍ଟି-ଅକ୍ସିଡାଣ୍ଟ ଫଳ ଯେମିତି କି ସେଓ, ବ୍ରୋକୋଲି ଓ ଅଖରୋଟ୍ ଇତ୍ୟାଦି ଖାଆନ୍ତୁ । ଆଖିକୁ ଜଳାପୋଡା ହେବାରୁ ବଂଚାଇବା ପାଇଁ ଔଷଧ ଓ ବିଷାକ୍ତ ବାୟୁରୁ ବଂଚିବା ପାଇଁ ଚେହେରାରେ ମାସ୍କ ଲଗାନ୍ତୁ ।

ଶ୍ୱାସରୋଗୀ ଔଷଧ ନିଜ ପାଖରେ ରଖନ୍ତୁ । ଧୂଆଁରୁ ଦୂରରେ ରହନ୍ତୁ, ଘରେ ସଫା ପବନରେ ଶ୍ୱାସ ନିଅନ୍ତୁ । ମାସ୍କ ନଥିଲେ ଓଦା କପଡାର ବ୍ୟବହାର କରନ୍ତୁ । ସ୍ମଗ ଓ ବିଷାକ୍ତ ଧୂଆଁରୁ ବଂଚିବା ପାଇଁ ପିଲାଙ୍କୁ ବାଣ ଠାରୁ ଦୂରେଇ ରଖନ୍ତୁ । ମାସକ୍ ନିଶ୍ଚୟ ଲଗାନ୍ତୁ । କ୍ସ୍ ବ୍ୟକ୍ତିମାନେ ମଧ୍ୟ ନିଜର ଧ୍ୟାନ ରଖନ୍ତୁ । ଖୋଲାରେ ବ୍ୟାୟାମ କରନ୍ତୁ ନାହିଁ ।