ସମୁଦ୍ର ମଝିରେ ଠାବ ହେଲା ସନ୍ଦିଗ୍ଧ ପାରା। ପାରାର ଗୋଡରେ ଲାଗିଛି ଚିପ୍।

117

କନକ ବ୍ୟୁରୋ: ସାରା ରାଜ୍ୟ ରଙ୍ଗର ଖେଳରେ ବ୍ୟସ୍ତ ଥିବାବେଳେ ବେଳେ ମଝି ସମୁଦ୍ରରୁ ଠାବ ହୋଇଛି ସନ୍ଦିଗ୍ଧ ପାରା । ପାରାଦୀର ସମୁଦ୍ର ମଝିରୁ ଏହି ପାରାକୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ଏହି ଧଳାପାରା ଡଙ୍ଗାରେ ଆସି ବସିବା ପରେ ମତ୍ସ୍ୟଜୀବୀଙ୍କ ସନ୍ଦେହ ହୋଇଥିଲା । ଏହି ସମୟରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ମାଛ ଧରୁଥିଲେ । ପାରା ଥକିଯାଇଥିଲା । ତେଣୁ ମତ୍ସ୍ୟଜୀବୀମାନେ ପାରାକୁ ଧରିବାବେଳେ ସେ ଉଡିଯିବାକୁ ଚେଷ୍ଟା ବି କରିନଥିଲା । ପାରା ଗୋଡରେ ଏକ ଚିପ ଲାଗିଛି, ଯାହାକୁ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ଡେଣାରେ ବିଦେଶୀ ଭାଷା ଲେଖାଯାଇଛି । ମତ୍ସ୍ୟଜୀବୀ ପାରାକୁ ଧରି ମେରାଇନ ଥାନାକୁ ହସ୍ତାନ୍ତର କରିଛନ୍ତି ।

ଡଙ୍ଗାରୁ ଧରାପଡିଥିବା ପାରା ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ମେରାଇନ ଥାନା ପୁଲିସ ଏ ନେଇ ଛାନଭିନ ବି ଆରମ୍ଭ କରିଛି । ବର୍ତମାନ ପାରାକୁ ପାରାଦୀପ ମେରାଇନ ଥାନାରେ ରଖାଯାଇଛି । ତେବେ ପାରା ଦେହରେ କଣ ଲେଖାଯାଇଛି ସେନେଇ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଗୋଡରେ ଲାଗିିଥିବା ଚିପ ନେଇ ନେଇ ଏସଏଫଏସଏଲରେ ପରୀକ୍ଷା କରାଯିବ ବୋଲି କନକ ନ୍ୟୁଜକୁ କହିଛନ୍ତି ଜଗତସିଂହପୁର ଏସପି ରାହୁଲ ପି ଆର ।
ଏବେ ପାରା ଶରୀରରେ ଲାଗିଥିବା ଚିପ୍ ଓ ଭାଷାକୁ ନେଇ ଛାନଭିନ ଆରମ୍ଭ କରିଛି ମେରାଇନ ଥାନା ପୁଲିସ । ପ୍ରଶ୍ନ ଉଠୁଛି
-ପାରା ଶରୀରରେ ଲେଖାଯାଇଥିବା ଭାଷା କେଉଁ ଦେଶର?
-କେଉଁ କେଉଁ ଦେଶ ଅତିକ୍ରମ କରିଆସିଛି ପାରା?
-କ୍ୟାମେରା ଦେହରେ ଲାଗିଥିବା ଚିପରେ କଣ ସବୁ ରେକର୍ଡ ହୋଇଛି ?