ଟାଇଗର ଆହତ । ସୁଟିଂ ସମୟରେ ଅଘଟଣ ।

169

କନକ ବ୍ୟୁରୋ: ସୁଟିଂ ସେଟରେ ଆହତ ହୋଇଛନ୍ତି ଆକ୍ସନ ବୟ ଟାଇଗର ସ୍ରଫ୍ । ଚଳଚ୍ଚିତ୍ର ‘ଗଣପଥ୍ ପାର୍ଟ-୧’ର ସୁଟିଂ ସମୟରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏନେଇ ନିଜେ ଟାଇଗର ସ୍ରଫ୍ ଇନଷ୍ଟ୍ରାଗାମରେ ପୋଷ୍ଟ କରିଛନ୍ତି ।

‘ଗଣପଥ୍ ପାର୍ଟ-୧’ ଚଳିଚ୍ଚିତ୍ରରେ ଟାଇଗରଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି କୀର୍ତ୍ତି ସାନନ୍ । ଦମଦାର ଆକ୍ସନରେ ଭରପୂର ଏହି ଚଳଚ୍ଚିତ୍ରର ଅନେକାଂଶ ଲଣ୍ଡନରେ ସୁଟିଂ ହୋଇଛି । ଏଥିରେ ଟାଇଗର ଜଣେ ବକ୍ସର ଭୂମିକାରେ ଦେଖାଦେବେ । ଆକ୍ସନ ଓ ରୋମାନ୍ସରେ ଭରା ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଟାଇଗର । ଏଥିରେ ଟାଇଗରଙ୍କ ଷ୍ଟଣ୍ଟଣ୍ଟ ସବୁଠୁ ଆକର୍ଷଣୀୟ ।

ଏହି ଫିଲ୍ମ ସହ ଟାଇଗରଙ୍କ ହାତରେ ରହିଛି ‘ହିରୋପନ୍ଥି-୨’ ଚଳଚ୍ଚିତ୍ର । ଏଥିରେ ତାଙ୍କ ନାୟିିକା ଅଛନ୍ତି ତାରା । ହିରୋପନ୍ଥି ପାର୍ଟ -୧ କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।