ସୁନ୍ଦରଗଡ ଜଙ୍ଗଲରେ ମହାବଳ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଚିତ୍ର

256

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଠାବ ହେଲା ମହାବଳ ବାଘ । ବଣାଇ ବାରସୁଆ ରେଞ୍ଜର ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ଏହି ମହାବଳ ବାଘଟି ମଧ୍ୟପ୍ରଦେଶର ଟାଇଗର ଜୋନରୁ ଆସିଥିବା ଅନୁମାନ କରାଯାଉଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବଣାଇ ଡିଏଫଓ ଲଳିତ କୁମାର ପାତ୍ର । ବଣାଇ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ସଚେତନ କରାଯାଉଛି । ବାଘର ଗତିବିଧିକୁ ଟ୍ରାକ କରିବା ପାଇଁ ଜଙ୍ଗଲରେ ଆହୁରି ୪୦ଟି କ୍ୟାମେରା ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫଓ ।