ରେଡ୍ ଲାଇଟ୍ ଟପିଲେ ହେବ କାର୍ଯ୍ୟାନୁଷ୍ଠାନ । ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଗିରଫ ହୋଇପାରନନ୍ତି ଡ୍ରାଇଭର

792

କନକ ବ୍ୟୁରୋ : ଏଣିକି ରାଜଧାନୀରେ ସାବାଡ ହେବେ ଅମାନିଆ ଡ୍ରାଇଭର । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ । ଅମାନିଆ ଚାଳକଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ ।

ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ କରାଯାଇଛି । ଟ୍ରାଫିକ୍ ପୋଷ୍ଟରେ ପୋଲିସ ନଥିବା ସମୟରେ ମଧ୍ୟ ଯଦି କେହି ନିୟମ ଭଙ୍ଗ କରନ୍ତି ତେବେ କ୍ୟାମେରା ଦେଖି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦ ପିଇ ଗାଡ଼ି ଚଲାଉଥିଲେ, ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।