ରାଜ୍ୟର ୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହିବା ସମ୍ଭାବନା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

41

କନକ ବ୍ୟୁରୋ : ଆଜି ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହିବ । ଏହାସହ ବିଜୁଳି ମାରିବ ବୋଲି ମଧ୍ୟ ଜଣାପଡ଼ିଛି । ଏଥପାଇଁ ରାଜ୍ୟର ୩ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଘଡ଼ଘଡ଼ି ହେବାର ସମ୍ଭାବନା ଥିବାଯୋଗୁଁ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୩ଟି ଜିଲ୍ଲା କୋରାପୁଟ, କଳାହାଣ୍ଡି ଓ ନବରଂଗପୁରରେ ପ୍ରବଳ ବର୍ଷା ଓ ବଜ୍ରପାତର ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

thunderstorm
image courtesy-https://i.ytimg.com

ସୂଚନାଯୋଗ୍ୟ ଆଷାଢ଼ ମାସରେ ବୈଶାଖର ତାତି । ସର୍ବୋଚ୍ଚ ଛୁଇଁଲା ଭୁବନେଶ୍ୱର ତାପମାତ୍ରା । ଆସନ୍ତା ୪୮ ଘଂଟା ପାଇଁ ଗ୍ରୀଷ୍ମ ପ୍ରବାହର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଧରି ପ୍ରବଳ ତାତିବ ଓଡିଶା । ମୌସୁମୀ ଆସିଥିଲେ ବି ତିନି ଦିନ ହେଲାଣି ଲଗାତାର ଭାବରେ ଅସହ୍ୟ ତାତି ଅନୁଭୂତ ହେଉଛି । ଗତକାଲି ରାଜ୍ୟର ପ୍ରାୟ ୮ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।