ବିଚିତ୍ର ନବଜାତ ଶିଶୁକନ୍ୟା : ଆଖି ନାହିଁ କି ମୁଣ୍ଡ ନାହିଁ

19

ବିଚିତ୍ର ଶିଶୁଙ୍କ ଜନ୍ମର ଖବର ସବୁବେଳେ ଶୁଣିବାପାଇଁ ମିଳେ । କିନ୍ତୁ ମୁଣ୍ଡ ଓ ଆଖି ନଥିବା ଶିଶୁ ଜନ୍ମ ହେବା ନିହାତି ଏକ ବିରଳ ଘଟଣା । ଶାରୀରିକ ରୂପେ ଅକ୍ଷମ ଶିଶୁ କେବେ ଦୟାର ଆଉ କେବେ ଘୃଣାର ଶିକାର ହୋଇଥାଆନ୍ତି । ତାଙ୍କର ଅକ୍ଷମତା ଯୋଗୁଁ ପରିବାର ଲୋକେ ମଧ୍ୟ ସେମାନଙ୍କୁ ଦୂରେଇ ଦିଅନ୍ତି । ଏମିତି ଏକ ବିଚିତ୍ର ଶିଶୁକନ୍ୟା ନୁରାଫିଆ ଜନ୍ମ ନେଇଛି ଥାଇଲାଣ୍ଡର ସାୟାବରୀର ଏକ ମଜୁରିଆ ପରିବାରରେ । ୮ ମାସ ପୂର୍ବେ ଜନ୍ମିତ ନୁରାଫିଆର ଆଖି ନାହିଁ କି ମୁଣ୍ଡ ନାହିଁ ।

ଜନ୍ମପରେ ନୁରାଫିଆର ଚେହେରା ଦେଖି ମା ବାପା ଆଶ୍ଚର୍ଯ୍ୟ ହେବା ସହ ବହୁତ ଦୁଃଖୀ ହୋଇ ଯାଇଥିଲେ । କାରଣ ଘରେ ପୂର୍ବରୁ ଉକ୍ତ ଦମ୍ପତିଙ୍କ ୪ ଶିଶୁ ଅଛନ୍ତି, ଏମିତିରେ ନୁରାଫିଆର ଚିକିତ୍ସା କରିବା ସେମାନଙ୍କ ଆୟତରେ ନଥିଲା । ନୁରାଫିଆର ବହୁତ ଅପରେସନ ଦରକାର ହେଲା ଯାହା ସେମାନଙ୍କ ପାରିଲେନି ଏଥିପାଇଁ ଦୁରାଫିଆକୁ ସେମାନେ ବୈାଦ୍ଧଭିକ୍ଷୁକଙ୍କ ଆଶ୍ରମରେ ଛାଡିଆସିଥିଲେ । ଶିଶୁକନ୍ୟାର ଚେହେରା ଏମିତି ଯେ ତାକୁ ନଳୀ ମାଧ୍ୟମରେ ଖାଦ୍ୟ ଖୁଆଇବାକୁ ପଡୁଛି ।

ଏଇ ଶିଶୁକନ୍ୟାର ଚେହେରା ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ କିଛିଲୋକ ଡରି ମଧ୍ୟ ଯାଇଥିଲେ । ବୈାଦ୍ଧଭିକ୍ଷୁମାନେ ଏଇ ଶିଶୁର ଲାଳନପାଳନ କରିବା ପାଇଁ ରାଜି ହୋଇଯାଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ନୁରାଫିଆର ଚିକିତ୍ସା ପାଁଇ ବେଶ କିଛି ଟଙ୍କା ମଧ୍ୟ ଯୋଗାଡ ହୋଇ ଯାଇଛି । ଏଇ ବିଚିତ୍ର ଶିଶୁକନ୍ୟା ଏବେ ୮ ମାସର ହୋଇଯାଇଛି ଏବଂ ବୈାଦ୍ଧଭିକ୍ଷୁକମାନେ ତାର ଲାଳନପାଳନ କରିବା ସହ ତାର ଚିକିତ୍ସା ମଧ୍ୟ କରାଉଛନ୍ତି । ନୁରାଫିଆ ଏବେ ପୂର୍ବେପେକ୍ଷା ଟିକେ ଭଲ ଅଛି ବୋଲି ସୂଚନା ମିଳିଛି ।