୫ଟି ରାଜ୍ୟରେ ମୁତୟନ ହେବେ ୧ ଲକ୍ଷ ଅର୍ଦ୍ଧସାମରିକ ଯବାନ : ନିର୍ବାଚନ ଆୟୋଗ

29

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ୧ ଲକ୍ଷ ଅର୍ଦ୍ଧସାମରିକ ଯବାନ ମୁତୟନ କରିବାକୁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି । ତେବେ, ନିର୍ବାଚନ ସମୟରେ ସୁରକ୍ଷାପାଇଁ ଏହି ଅର୍ଦ୍ଧସାମରିକ ଯବାନଙ୍କ ସହିତ ରାଜ୍ୟ ପୁଲିସ କାର୍ଯ୍ୟ କରିବେ ।

ଆଗାମୀ ଦୁଇମାସ ମଧ୍ୟରେ ଉତ୍ତରପ୍ରଦେଶ,ପଞ୍ଜାବ,ଉତ୍ତରାଖଣ୍ଡ,ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ । ତେବେ ଏହାନେଇ ଆଜିଠାରୁ ଜାନୁଆରୀ ୪ ତାରିଖ ମଧ୍ୟରେ ଯେକୌଣସି ସମୟରେ ବି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିପାରନ୍ତି ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।