ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ସାଂଘାତିକ ତଥ୍ୟ: ଦେଢରୁ ୩ ଦିନ ଭିତରେ ଦୁଇଗୁଣା ବୃଦ୍ଧି ପାଉଛି ସଂକ୍ରମଣ

127

କନକ ବ୍ୟୁରୋ: ଡେଲ୍ଟା ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ । କରୋନାର ନୂଆ ପ୍ରଜାତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ସାଂଘାତିକ ତଥ୍ୟ । ଦେଢରୁ ୩ ଦିନ ଭିତରେ ଦୁଇଗୁଣା ବୃଦ୍ଧି ପାଉଛି ସଂକ୍ରମଣ । ଦେଶରୁ ଦେଶ ବ୍ୟାପିବାରେ ଲାଗିଲାଣି ଓମିକ୍ରନ୍ । ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଉପରେ ନୂଆ ଭୂତାଣୁ ପ୍ରଭାବ ପକାଉଥିବା ହୁ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ଏହି ନୂଆ ପ୍ରଜାତି ଭୂତାଣୁରେ କରୋନା ଟିକା କେତେ ଫଳପ୍ରଦ ସେ ନେଇ ତଥ୍ୟ ମିଳି ପାରିନାହିଁ ।

ବର୍ତମାନ ସୁଦ୍ଧା ୮୯ଟି ଦେଶରେ ଓମିକ୍ରନ୍ ବ୍ୟାପି ସାରିଲାଣି । ସେପଟେ ଭାରତରେ ମଧ୍ୟ ଓମିକ୍ରନର ଆତଙ୍କ ଦେଖିବାକୁ ମିଳିଛି । ଦେଶରେ ଓମିକ୍ରନ୍ ତୃତୀୟ ଲହର ଆଣିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାରି ଭିତରେ ଦେଶରେ ଓମିକ୍ରନରେ ସଂକ୍ରମଣ ସଂଖ୍ୟା ୧୧୫ରେ ପହଁଚି ସାରିଲାଣି । କେନ୍ଦ୍ର ସ୍ୱ।।ସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି କି ଓମିକ୍ରନ ଓ କରୋନାର ଭିନ୍ନ ଭିନ୍ନ ଭ୍ୟାରିଆଂଟ ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାମତ ଆଧାରରେ ରଣନୀତି ପ୍ରସ୍ତୁତ କରାଯାଉଛି । ଓମିକ୍ରନ ମୁକାବିଲା ପାଇଁ ସରକାର ସଜାଗ, ସର୍ତକ ଓ ପ୍ରସ୍ତୁତ ରହିଛନ୍ତି ।