ରେସ୍ତୋରାଁ ମାଲିିକଙ୍କ ବଦାନ୍ୟତା: ଶିଶୁ ଦିବସରେ ଗରିବ ଅନାଥ ପିଲାଙ୍କୁ ନେଇ ପେଟପୁରା ଖୁଆଇଲେ

313

କନକ ବ୍ୟୁରୋ: ଶିଶୁ ଦିବସରେ ଖୋଲା ହୃଦୟର ସହ ବସ୍ତି ବାସିନ୍ଦାର ନିଷ୍ପାପ, ଅନାଥ ଓ ପୌରପାଳିକାରେ କାର୍ଯ୍ୟରତ ଝାଡୁଦାରମାନଙ୍କ ପୁଅ ଝିଅମାନଙ୍କୁ ନିଜ ରେଷ୍ଟୁରାଣ୍ଟକୁ ଡାକି ସ୍ନେହ ମମତାର ସହ ପେଟ ପୁରା ଖାଇବାକୁ ଦେଇ କୁନି ଓଠରେ ହସ ଫୁଟାଇ ମାନବିକତାର ପରିଚୟ ଦେଲେ ହୋଟେଲ ମାଲିକ । ଅନଗ୍ରସରେ ଦିନ ବିତୁଥିବା ବେଳେ ଓଳିଏ ଖାଇଲେ ଆର ଓଳିକୁ ପେଟ ପାଇଁ ଦାନା ଟିକିଏ ମିଳିବ କି ନାହିଁ ତାହା ମଧ୍ୟ ଜଣା ନଥାଏ, ସେଇଭଳି କ୍ଷେତ୍ରରେ ଗୋଟେ ବଡ଼ ରେଷ୍ଟୁରାଣ୍ଟ ଯାଇ ପେଟ ପୁରା ଖାଇବା ସେଇ ପିଲାମାନଙ୍କ ପାଇଁ ଏକ ଦିବା ସ୍ୱପ୍ନର ବିଷୟ। ହେଲେ ଶିଶୁ ଦିବସ ଭଳି ଦିନରେ ସେଇ ଅସହାୟ ଗରିବ ଅନାଥ ପିଲାଙ୍କୁ ଡାକି ନିଜ ହୋଟେଲରେ ପେଟପୁରା ଖାଇବାକୁ ଦେଇ ପ୍ରଶଂସା ସାଉଣ୍ଟୁଛନ୍ତି ନବରଙ୍ଗପୁର ସ୍ଥିତ ପ୍ରକାଶ ଫ୍ୟାମିଲି ରେଷ୍ଟୁରାଣ୍ଟର ମାଲିକ । ଜିଲ୍ଲାପାଳ ନିଜେ ରେଷ୍ଟୁରାଣ୍ଟ ପହଞ୍ଚି ରେଷ୍ଟୁରାଣ୍ଟ ମାଲିକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।