ବିଜେପି ଆଡ଼କୁ ଢଳୁଛନ୍ତି ଓଡ଼ିଶାବାସୀ! ଧର୍ମେନ୍ଦ୍ର କହିଲେ ୨ ଗୁଣରୁ ଅଧିକ ବଢ଼ିଛି ଭୋଟ ପ୍ରତିଶତ

294

କନକ ବ୍ୟୁରୋ: ରଙ୍ଗର ପର୍ବରେ ରାଜ୍ୟ ରାଜନୀତିରେ ରଙ୍ଗ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋଲି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଭିଡ଼ ଲାଗିଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦଳ କିପରି ଓଡ଼ିଶାରେ ପ୍ରସ୍ତୁତ ହେଉଛି, ଏନେଇ ସେ ସୂଚନା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୈତିକ ବାତାବରଣ ସରଗରମ ହୋଇଛି । ଧର୍ମେନ୍ଦ୍ର କହିଛନ୍ତି,ବିଗତ ୭-୮ ବର୍ଷରେ ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ଭରସା ବଢ଼ିଛି । ବିଜେପି ୧୭-୧୮ ପ୍ରତିଶତ ଭୋଟ ପାଉଥିବା ବେଳେ ତାହା ୩୫-୪୦ ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ନିର୍ବାଚନରେ ଲୋକଙ୍କ ଆଶୀର୍ବାଦ ଆହୁରି ବଢ଼ୁଛି । ୯ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଜନସଂପର୍କ ବଢ଼ାଇବ ଦଳ, ଯାହାରେ ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନେବେ । ମୋଦୀ, ଅମିତ ଶାହା ଓ ଅନ୍ୟ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବେ ।

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ସୂଚାଇ ଦେଉଛି, ୨୦୨୪ ନିର୍ବାଚନରେ ଜୋରଦାର ଟକ୍କର ଦେବାକୁ ଯାଉଛି ବିଜେପି । ଓଡ଼ିଶା ଏଥର ଦଳର ଫୋକସରେ ରହିବ । ତେବେ ଓଡ଼ିଶାରେ ଦିଲ୍ଲୀ ନେତାଙ୍କ ପ୍ରଭାବ ପଡିବ ନାହିଁ । ବିଗତ ନିର୍ବାଚନରେ ଯେପରି ଏକପାଖିଆ ଭାବେ ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି, ତାହା ହିଁ ଆଗାମୀ ନିର୍ବାଚନରେ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।