ଅସରାଏ ବର୍ଷାରେ ବୁଡିଲା ରାଜଧାନୀ ରାସ୍ତା: ବର୍ଷାରେ ଆଣ୍ଠୁଏ ପାଣି, ବୁଡିଲା ଗାଡି

253

କନକ ବ୍ୟୁରୋ: ଅସରାଏ ବର୍ଷାରେ ବୁଡିଲା ରାଜଧାନୀର ରାସ୍ତା । ବର୍ଷା ପାଣିରେ ସିଆରପି ଛକରୁ ଆଠ ନମ୍ବର ଡିଏଭି ସ୍କୁଲ ରାସ୍ତା ବୁଡି ଯାଇଛି । ଡ୍ରେନ୍ ପାଣି ଉଛୁଳି ରାସ୍ତାରେ ଭାସୁଛି । ଡ୍ରେନ୍ ଜାମ୍ ହେତୁ ବର୍ଷା ଜଳ ନିସ୍କାଷିତ ହୋଇପାରୁ ନାହିଁ । ଫଳରେ ରାସ୍ତାରେ ଯାତାୟତ ପାଇଁ ସମସ୍ୟା ଦେଖିବାକୁ ମିଳିଛି । କେବଳ ଏହି ରାସ୍ତା ନୁହେଁ ରାଜଧାନୀର ଅନେକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅସରାଏ ବର୍ଷାରେ ରାସ୍ତାରେ ଲହଢି ଭାଙ୍ଗୁଛି ବର୍ଷା ପାଣି । ଫଳରେ ରାଜଧାନୀ ବାସିନ୍ଦା ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।