ଶ୍ରୀମନ୍ଦିର ରାତି ୮ଟା ୩୦ ଯାଏଁ ଖୋଲା: ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କଲା ଜିଲ୍ଲା ପ୍ରଶାସନ

131

କନକ ବ୍ୟୁରୋ: ରାତି ୮ଟା ୩୦ ଯାଏଁ ଖୋଲା ରହିବ ପୁରୀ ଶ୍ରୀମନ୍ଦିର । ନାଇଟ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ । ପୂର୍ବରୁ ରାତି ୯ଟା ୩୦ ଯାଏଁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କଲା ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା । ସେହିପରି ଆଜି ଅପରାହ୍ନରେ ବସିବ ଛତିଶାନିଯୋଗ ବୈଠକ ।

ସେପଟେ ଶ୍ରୀମନ୍ଦିରରେ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ଛତିଶାନିଯୋଗ ବୈଠକ ବସିବ । ସେହିପରି ନାଇଟ କର୍ଫ୍ୟୁ ଯୋଗୁଁ ରାତି ୮ଟା ୩୦ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଡେଡଲାଇନ ରହିଛି । ରାତି ୯ଟା ପରଠୁ ଶ୍ରୀମନ୍ଦିରରେ କଟକଣା କଡାକଡି ଭାବେ ପାଳନ କରାଯିବ ।