କାଲିମେଳାରେ ଜଳୁଛି ଜଙ୍ଗଲ । ବନ ବିଭାଗର ଅବହେଳା କାରଣରୁ ନିଆଁ ଲାଗିଥିବା ଅଭିଯୋଗ

98

କନକ ବ୍ୟୁରୋ : ମାଲକାନଗିରି କାଲିମେଳାରେ ଜଳୁଛି ଜଙ୍ଗଲ । ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଏମଭି ୧୨୬ ପାହାଡ଼ରେ ଲାଗିଛି ନିଆଁ । କାଲିମେଳା ବନ ବିଭାଗ ଅଧିନରେ ଥିବା ପେଦାବାଡ଼ା ସଂରକ୍ଷିତ ଜଙ୍ଗଲରେ ରହିଛି ଏହି ପାହାଡ଼ । ଏହି ପାହାଡ଼ରେ ଅନେକ ମୂଲ୍ୟବାନ ଗଛ ଥିବା ବେଳେ ଶୁଖିଲା ପତ୍ର କାରଣରୁ ନିଆଁ ବ୍ୟାପିବାରେ ଲାଗିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଯୋଗୁଁ ଏହି ଅଞ୍ଚଳରେ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । କାଲିମେଳା ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଏହି ପାହାଡ଼ । ତେବେ ବନ ବିଭାଗର ଅପାରଗତା କାରଣରୁ ଏଭଳି ନିଆଁ ଲାଗୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ