ଲୁପ୍ତ ହେବାକୁ ବସିଛି ଧଳାପଥରର ପ୍ରସିଦ୍ଧ କଳା। ପ୍ରୋତ୍ସାହନ ଅଭାବରୁ ଏହି କୁଟୀର ଶିଳ୍ପରୁ ମୁହଁ ଫେରାଇଲେଣି ବୁଣାକାର। 

97

କନକ ବ୍ୟୁରୋ: ପରଦା କଳା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ । ଗ୍ରାମର ଉଦୟନାଥଙ୍କ ଭଳି ପ୍ରତିଭାବାନ ଶିଳ୍ପୀ ନିଜ ହାତର ଯାଦୁରେ ଚମକାଉଥିଲେ କଳାକୃତି । ତାଙ୍କର ଏହି କଠୋର ପରିଶ୍ରମ ଓ କଠିନ ଅଧ୍ୟବସାୟ ଫଳରେ ପରଦା କଳାର ଗାଁ ଭାବେ ଧଳାପଥର ବେଶ ପରିଚୟ ସୃଷ୍ଟି କରିଥିଲା । କିନ୍ତୁ ପର୍ଯ୍ୟାୟକ୍ରମେ ସରକାରୀ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବ କାରଣରୁ ପରଦା କଳା ଏବେ ହଜିଯିବାକୁ ବସିଲାଣି । ଗାଁର ୭୦ରୁ ୮୦ ଭାଗ ଲୋକେ ବୁଣାକାରକୁ ନିଜର ଜୀବିକା ଗ୍ରହଣ କରିଆସିଛନ୍ତି ।

ପ୍ରାକୃତିକ ପ୍ରଣାଳୀରେ ରଙ୍ଗ ପ୍ରସ୍ତୁତ କରି ସୂତାକୁ ରଙ୍ଗ କରି ସୁଷ୍ମ କାରୁକାର୍ଯ୍ୟ ପ୍ରଣାଳୀରେ ପରଦା ପ୍ରସ୍ତୁତ କରାଯାଉଥିଲା । କିନ୍ତୁ ସରକାରୀ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବରୁ ବୁଣାକାରଙ୍କ ହାତ ବନ୍ଧା ହୋଇ ପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିବା ଏହି ପରଦା କଳା ଦିନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅନ୍ୟପଟେ ଏକଦା ପରଦା କଳାକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଧଳାପଥର ଗ୍ରାମ ଏବେ ତା’ର ସେହି ପରିଚୟ ହଜାଇବାକୁ ବସିଲାଣି ।