ରାସ୍ତାରେ ଦୁର୍ଘଟଣାର ଶିକାର ହେଲା ଗୋରୁ ବୋଝେଇ ଟ୍ରକ, ୧୫ରୁ ଅଧିକ ଗାଈଙ୍କ ମୃତ୍ୟୁ

82

କନକ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗୋରୁ ବୋଝେଇ ଟ୍ରକ । ଟ୍ରକରେ ଥିବା ୧୫ରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଘଟିଛି ଏଭଳି ଅଘଟଣ । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର୍ ହୋଇଛନ୍ତି । ରବିବାର ଭୋରରୁ ଗୋରୁ ବୋଝେଇ ଏହି ଟ୍ରକଟି ଭଦ୍ରକରୁ ପାଣିକୋଇଲି ଅଭିମୁଖେ ଆସୁଥିଲା । ତେବେ ବ୍ରଜନଗର ଅଣ୍ଡରପାସ ରାସ୍ତା ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଟ୍ରକରେ ଥିବା ୧୫ଟି ଗାଈଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଘଟଣା ପରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ଟ୍ରକଟି ରଙ୍ଗ ରୁଟରେ ଯାଉଥିବାରୁ ଦୁର୍ଘଟଣାଗସ୍ତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାଣିକୋଇଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବ ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।