୭% ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର : ୬.୩୩ ପ୍ରତିଶତ ପଜିଟିଭିଟି ରେଟ୍; ଦିନକରେ ୪୩୩୯ ନୂଆ ସଂକ୍ରମିତ ଚିହ୍ନଟ, ୪୪ ମୃତ

151

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ଟିପିଆର ରେଟ୍ ବା ସଂକ୍ରମଣ ହାର । ୭% ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର । ଦିନକରେ ୬୮ ହଜାର ୫୩୫ ନମୁନା ପରୀକ୍ଷାରୁ ୪ହଜାର ୩୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ସଂକ୍ରମଣ ହାର ୬.୩୩ ପ୍ରତିଶତ ରହିଛି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୭୦୦ ଆକ୍ରାନ୍ତ ହୋଇଥିବାବେଳେ କଟକରୁ ୪୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨୬ ଜଣ, ବାଲେଶ୍ୱରରୁ ୨୯୬ ଜଣ, ବରଗଡ଼ରୁ ୬୮ ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରରୁ ୫୩ ଜଣ, ବୌଦ୍ଧରୁ ୫୪ ଜଣ, ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୧୪୪ ଜଣ, ଗଜପତିରୁ ୩୬ ଜଣ, ଗଞ୍ଜାମରୁ ୨୯ ଜଣ, ଜଗତସିଂହପୁରରୁ ୧୪୩ ଜଣ, ଯାଜପୁରରୁ ୨୦୭ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୮୧ ଜଣ, କେଉଁଝରରୁ ୯୨ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୭୮ ଜଣ, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୨୫୫ ଜଣ, ରାୟଗଡ଼ାରୁ ୬୪ ଜଣ, ସମ୍ୱଲପୁରରୁ ୫୪ଜଣ, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ ପୁଲରୁ ୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୬୧୨୧  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭୯୬୭୯୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୯୨୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟାରେ ୭୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।